ବିବାହ ଉତ୍ସବରେ ଆଦର୍ଶ ଉଦାହରଣ ସୃଷ୍ଟି କଲେ ଜକର ଗ୍ରାମର ସମୁଦ୍ର ପରିବାର

ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ଜକର ଗ୍ରାମର ସମୁଦ୍ର ପରିବାର ଏକ ଆଦର୍ଶ ବିବାହ ଉତ୍ସବ କରି ସମାଜ ପାଇଁ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି।ଭୋଜି,ପଟୁଆର ଭଳି ଅନାବଶ୍ୟକ ଖର୍ଚ୍ଚ ନକରି ସେହି ଅର୍ଥରେ ଅସହାୟ ବ୍ୟକ୍ତି, ବିଧବା ମହିଳା, ବୃଦ୍ଧ, ବୃଦ୍ଧା ଏବଂ ଗରିବ ଓ ଅନାଥ ଶିଶୁ ମାନଙ୍କୁ ନୂତନ ବସ୍ତ୍ର ସହ ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି ଜକର ଗ୍ରାମର ସମୁଦ୍ର ପରିବାର। ଜକର ଗ୍ରାମର ବିମ୍ବାଧର ସମୁଦ୍ର ନିଜର ପୁତ୍ର ଭଞ୍ଜ କିଶୋର ସମୁଦ୍ର ସହ ପ୍ରଜ୍ଞା ପରୀମିତା ଙ୍କ ବିବାହ ଉତ୍ସବରେ ଏହିପରି ନିଆରା କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ। ବୈଦିକ ରିତିରେ ବାହାଘର ହୋଇଥିବା ବେଳେ ଆଡ଼ମ୍ବରକୁ ପରିତ୍ୟାଗ କରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କୁ ଓ ସମାଜସେବୀ ଇଂଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ ଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରି ତାଙ୍କ ଉପସ୍ଥିତ ରେ ୨୭୦ ଜଣ ଗରିବ ଅସହାୟଙ୍କୁ ନୂତନ ବସ୍ତ୍ର ସହ ୧୧୦ ଟଙ୍କା ଓ ଏକ ମିଠା ପ୍ୟାକେଟ୍ ମଧ୍ୟ ପ୍ରଦାନ କରିଥିଲେ । ସେହିପରି ହାତୀଓଟ ଗ୍ରାମରେ ଥିବା ଜରାଶ୍ରମରେ ବିମ୍ବାଧର ସମୁଦ୍ରଙ୍କ ପୁତ୍ର ଓ ବଧୁ ପହଞ୍ଚି ସମସ୍ତ ବୃଦ୍ଧା,ବୃଦ୍ଧ ଓ ଅନାଥ ଶିଶୁ ମାନଙ୍କୁ ନୂତନ ବସ୍ତ୍ର ସହ ଅର୍ଥ ପ୍ରଦାନ କରି ସେମାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ସମାଜର ଅବହେଳିତ ଥିବା ଏହି ଅସହାୟମାନଙ୍କୁ ସମୁଦ୍ର ପରିବାରର ଏହି ନିଆରା ପରିକଳ୍ପନା ପୁତ୍ର ଭଞ୍ଜ ଓ ବଧୁ ପ୍ରଜ୍ଞା ପାଇଁ ଆଣିପାରିଥିଲା ବହୁତ ଖୁସୀ । ଏହିପରି ଏକ ଆଦର୍ଶ ବିବାହ ଉତ୍ସବକୁ ନେଇ ବିଧାୟକ ଶ୍ରୀ ସାହୁ , ବାଲିପଦର ସମାଜସେବୀ ଶ୍ରୀ ନାୟକ ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ବୃନ୍ଦ ଉଚ୍ଚ ପ୍ରଶଂସା କରିବା ସହ ବୈବାହିକ ଜୀବନ ସୁଖମୟ ପାଇଁ ଆଶୀର୍ବାଦ ପ୍ରଦାନ କରିବା ସହ ଶୁଭେଚ୍ଛା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ