ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ମଂଗଳବାର ବନ୍ତ ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଜିପିଇଓ ନିଶିକାନ୍ତ ଖୁଣ୍ଟିଆଙ୍କ ପରିଚାଳନାରେ ଅନୁଷ୍ଠିତ ସମାରୋହରେ ବିଡିଓ ରେବେକା ବିଲୁଙ୍ଗ, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ଉପାଧ୍ୟକ୍ଷା ମଞ୍ଜୁଲତା ଜେନା, ଆଇଆଇସି ମିନା ବିନ୍ଧାଣୀ, ସାମାଜିକ ସୁରକ୍ଷା ବିଭାଗ ଦାୟୀତ୍ୱରେ ଥିବା ଅଧିକାରୀ ନିଶାକର ଖୁଣ୍ଟିଆ, ସରପଞ୍ଚ କୃପାସିନ୍ଧୁ ସେଠୀ, ଅଶୋକ କୁମାର ମହାନ୍ତି, ସମିମ୍ ନୱାଜ୍ ପ୍ରମୁଖ ଯୋଗ ଦେଇ ଦିବସ ପାଳନର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ବରିଷ୍ଠ ନାଗରିକ ରବିନ୍ଦ୍ର ଦାସ, ଜଗନ୍ନାଥ ପାତ୍ର, ଲକ୍ଷ୍ମଣ ରାଉତ, ପଦ୍ମନାଭ ଦାସଙ୍କ ସମେତ ଅନ୍ୟ ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଲକିପ୍ରଭା ରାଉତ, ମିତ୍ରଭାନୁ ସ୍ୱାଇଁଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ । ଏଥିରେ ବିଭିନ୍ନ ପଞ୍ଚାୟତର ଶତାଧିକ ବରିଷ୍ଠ ନାଗରିକ, ଜନପ୍ରତିନିଧି ଓ ପିଇଓ ମାନେ ଯୋଗ ଦେଇଥିଲେ ।