ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକରେ ବଜାର ବନ୍ଦ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) :ନାଉଗାଁ ବଜାରର ବିଶିଷ୍ଠ ବ୍ୟବସାୟୀ ବିଜୟ ଲକ୍ଷ୍ମୀ କ୍ଲଥ ଷ୍ଟୋର ମାଲିକ କ୍ଷେତ୍ରମୋହନ ସାହୁ(୮୪)ଙ୍କର ଗତକାଲି ରାତିରେ ପରଲୋକ ଘଟିଛି । ଏହି ଅବସରରେ ନାଉଗାଁ ବଜାର କମିଟି ତରଫରୁ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ୨ ମିନିଟ ନିରବ ପ୍ରାର୍ଥନା ସହିତ ଶୋକସଭା ମଙ୍ଗଳବାର କରାଯାଇଥିଲା । ପରେ କମିଟି ପକ୍ଷରୁ ନାଉଗାଁ ବଜାରକୁ ବନ୍ଦ କରାଯାଇଥିଲା । ଏଥିରେ ନାଉଗାଁ ବଜାର କମିଟିର ସଭାପତି ଅଶୋକ କୁମାର ମହାନ୍ତି, ସଂପାଦକ ତଥା ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ,ଦେବଜ୍ୟୋତି ମହାନ୍ତି, ବିଜୟ ମହାନ୍ତି, ଅଲେଖ ସାହୁ, ବାଂଶ ସରପଂଚ ସନ୍ତୋଷ ଦାସଙ୍କ ସମେତ ବଜାର ଅନ୍ୟ ସଦସ୍ୟା ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ସ୍ୱର୍ଗତ ସାହୁ ବଛାଳୋ ଗ୍ରାମର ବାସିନ୍ଦା ଅଟନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ