ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ଟ୍ରଷ୍ଟ ବୈଠକ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ଟ୍ରଷ୍ଟ ର କାର୍ଯ୍ୟକାରୀ କମିଟି ବୈଠକ ବୁଗୁଡ଼ ଶିକ୍ଷକ ଭବନରେ ଡିସେମ୍ବର ୧୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଟ୍ରଷ୍ଟର ସଭାପତି ବିଶ୍ୱମୋହନ ମିଶ୍ର ଅଧ୍ୟକ୍ଷତା କରିଥିଲେ। ପ୍ରଥମେ ଟ୍ରଷ୍ଟର କାର୍ଯ୍ୟକାରୀ କମିଟି ସଭ୍ୟ ସ୍ବର୍ଗତ ପ୍ରଫୁଲ ଚନ୍ଦ୍ର ପାଢ଼ୀଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ ପୂର୍ବ ସଭାର ବିବରଣୀ ପଠନ କରିଥିଲେ। ୫ ଜଣ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ଆଜୀବନ ସଭ୍ୟ ଭାବେ ଗ୍ରହଣ କରାଯାଇଥିଲା। ଆସନ୍ତା ୨୦୨୧ ଜାନୁୟାରୀ ୨୩ ତାରିଖରେ ମାଳିଝୋଳା ମନ୍ଦିର ପରିସରରେ ଶିକ୍ଷକ ସୌରଭ ଉତ୍ସବ ଅନୁଷ୍ଠିତ ହେବାକୁ ସ୍ଥିର ହେଲା। ଗୁଣାତ୍ମକ ଶିକ୍ଷା ପାଇଁ ଆସନ୍ତା ବର୍ଷ ଗୋଟିଏ ବିଦ୍ୟାଳୟକୁ ପୋଷ୍ୟ ଶିକ୍ଷାନୁଷ୍ଠାନ ଗ୍ରହଣ, ସଦସ୍ୟଙ୍କ ମୃତ୍ୟୁ କାଳୀନ ସହାୟତା ରାଶୀ ବୃଦ୍ଧି,ଓ ଆସନ୍ତ ଜାନୁଆରୀ ୩ ତାରିଖରେ ଟ୍ରଷ୍ଟର ନୂତନ କ୍ୟାଲେଣ୍ଡର ଉନ୍ମୋଚନ ଓ ବନ୍ଧୁ ମିଳନ ଉତ୍ସବ ହେବ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ବୈଠକରେ ଉପଦେଷ୍ଟା ନନ୍ଦ କିଶୋର ମିଶ୍ର, ସୁରେଶ ଚନ୍ଦ୍ର ଦାଶ ଓ ଉପେନ୍ଦ୍ର ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ହରେକୃଷ୍ଣ ପାତ୍ର ଓ କାର୍ଯ୍ୟକାରୀ କମିଟି ସଦସ୍ୟ ବୃନ୍ଦ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଧ୍ରୁବ ଚରଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ