ଡାକମଣ୍ଡଳ ପକ୍ଷରୁ ହର୍‍ ଘର୍‍ ତ୍ରିରଙ୍ଗା କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍): ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ସଂଗ୍ରାମୀ ମାନଙ୍କ ସ୍ମୃତିଚାରଣ କରିବା ସହିତ ସମସ୍ତଙ୍କ ମନରେ ଦେଶପ୍ରେମ ଭାବ ଜାଗ୍ରତ କରିବା ଲକ୍ଷ୍ୟରେ ଆସିକା ଡାକମଣ୍ଡଳ ଅଧୀନସ୍ଥ ପ୍ରଧାନ ଡାକଘର ପକ୍ଷରୁ ଶୁକ୍ରବାର ଏକ ହର୍‍ ଘର୍‍ ତ୍ରିରଙ୍ଗା ତଥା ବିଶାଳ ତ୍ରିରଙ୍ଗା ଶ ଶୋଭାଯାତ୍ରା ସହରର ବିଭିନ୍ନ ସାହିବସ୍ତି ପରିକ୍ରମା କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଡାକମଣ୍ଡଳ ଅଧୀକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ୍‍ ଦିଲୀପ କୁମାର ବେହେରା ଏହି ହର୍‍ ଘର୍‍ ତ୍ରିରଙ୍ଗାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ଜାତୀୟ ଏକତା ଓ ଅଖଣ୍ଡତା ଏବଂ ଦେଶପ୍ରେମର ଭାବନାକୁ ଆହୁରି ଅଧିକରୁ ଅଧିକ ସୁଦୃଢ କରିବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଡାକମଣ୍ଡଳ ଅଧୀନସ୍ଥ ପ୍ରଧାନ ଡାକଘର ପକ୍ଷରୁ ଆୟୋଜିତ ଏହି ହର୍‍ ଘର୍‍ ତ୍ରିରଙ୍ଗା ଶୋଭାଯାତ୍ରା ପ୍ରଧାନ ଡାକଘର ନିକଟରୁ ବାହାରି ଖମ୍ବେଶ୍ୱରୀପାଟଣା, ହରିହର ନଗର, ଅଶୋକ ସିନେମା ରୋଡ, ନିରଞ୍ଜନ ନଗର, ସୁନାମ୍ବ ସାହି, ଓଡିଆ ସାହି, ବଜାର ସାହି, ମହାତ୍ମାଗାନ୍ଧୀ ରୋଡ ତଥା ଏହାର ଆଖପାଖ ଅଞ୍ଚଳ ସାହିବସ୍ତିକୁ ପରିକ୍ରମା କରି ଘରେ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ପ୍ରଧାନ ଡାକଘରର କର୍ମଚାରୀମାନଙ୍କ ଭାରତ ମାତା କୀ ଜୟ ଓ ବନ୍ଦେ ମାତରମ୍‍ ଇତ୍ୟାଦି ଦେଶାତ୍ମବୋଧ ନାରାରେ ସାହିବସ୍ତି ପ୍ରକମ୍ପିତ ହୋଇପଡିଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆରମ୍ଭ ହୋଇଥିବା ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମକୁ ସଂପୁର୍ଣ୍ଣ ସଫଳତାର ସହ ଆସିକା ଡାକବିଭାଗ ପକ୍ଷରୁ ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା । ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜନସାଧାରଣଙ୍କ ମଧ୍ୟରେ ଦେଶପ୍ରେମ ଭାବ ଜାଗ୍ରତ କରାଇବା ଓ ଲୋକଙ୍କ ହୃଦୟରେ ଜାତୀୟ ଭାବନା ଉଦ୍ରେକ କରିବା ଏବଂ ପ୍ରତିଟି ଭାରତୀୟଙ୍କ ଭାବନାରେ ଜାତୀୟତା ବୋଧ ଜାଗରଣ କରିବା ସହିତ ଏକତା ଓ ଦେଶଭକ୍ତିର ଭାବକୁ ଉଜ୍ଜିବିତ କରି ରଖିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଡାକବିଭାଗର ପରାମର୍ଶକ୍ରମେ ଆସିକା ଡାକମଣ୍ଡଳର ଅଧୀକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ୍‍ ଦିଲୀପ କୁମାର ବେହେରାଙ୍‍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପ୍ରଧାନ ଡାକଘର ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ହର୍‍ ଘର୍‍ ତ୍ରିରଙ୍ଗା ଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଡାକବିଭାଗର କର୍ମଚାରୀ ପରମାନନ୍ଦ କଣ୍ଠ, ଜୟପ୍ରକାଶ ବିଷୋୟୀ, ମହାକାଳ ନାୟକ, ରବି ନାରାୟଣ ଚୌଧୁରୀ, ଅନୁପ କୁମାର ପାଣିଗ୍ରାହୀ, ବିଷ୍ଣୁପ୍ରସାଦ ସେଠୀ, ଶୁଭ୍ରକାନ୍ତ ପାତ୍ର, ସନ୍ତୋଷ କୁମାର ଗୌଡ, ସମରେଶ୍‍ ଗୌଡ, ଶଶାଙ୍କ ଶେଖର ମହାପାତ୍ର, ବୁଲୁ ସେଠୀ, ରାମଚନ୍ଦ୍ର ପଣ୍ଡା, ବିଜୟ କୁମାର ପଣ୍ଡା, ଦେବଶ୍ରୀ ଦାଶ, ତେଜସ୍ୱିନୀ ବିଷୋୟୀ, ଦେବରାଜ ନାୟକ, ଦୀପକ ରଂଜନ ପାଣିଗ୍ରାହୀ, ଅନଙ୍ଗ କୁମାର ସାହୁ, ଲବ ଶବର, ତୁଷାରକାନ୍ତି ଜନା, ସନ୍ତୋଷ କୁମାର ସାହୁ, ସତ୍ୟନାରାୟଣ ନାୟକ, ରାଜେଶ୍‍ ଡିଚେର୍‍ୱାଲ୍‍, ହରିହର ରେଡିଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ