ସଂସ୍କୃତ ମହାବିଦ୍ୟାଳୟ ପକ୍ଷରୁ ଆସିକାରେ ତ୍ରିରଙ୍ଗା ଶୋଭାଯାତ୍ରା

ଆସିକା (ୱାଇଏନ୍‍ଏସ୍‍) : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପରାମର୍ଶକ୍ରମେ ଆସିକା ପୌର ପରିଷଦ ଅନ୍ତର୍ଗତ ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୮୦ତମ ସ୍ୱାଧୀନତା ଦିବସ ଆସନ୍ତାକାଲି ପାଳିତ ହେବାକୁ ଥିବା ବେଳେ ସଚେତନ ନାଗରିକ, ବୁଦ୍ଧିଜିବୀ, ଯୁବପିଢୀ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ତ୍ରିରଙ୍ଗା ପ୍ରତି ଆଗ୍ରହ ଓ ଉଦ୍ଦୀପନା ଆଶାତୀତ ଭାବେ ବୃଦ୍ଧିପାଇଥିବା ଦେଖିବାକୁ ମିଳୁଛି । ଦେଶମାତୃକାର ଏହି ମହାନ୍‍ ପର୍ବକୁ ଉତ୍ସାହ ଓ ଉଦ୍ଦୀପନାର ସହ ମହାଆଡମ୍ବରରେ ପାଳନ କରିବା ପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିବସିଥିବା ଲକ୍ଷ୍ୟ କରାଯାଇଛି । ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନ ଜଣାଇବା ସହ ଲୋକଙ୍କ ମଧ୍ୟରେ ଦେଶପ୍ରେମୀ ତଥା ଜାତୀୟତା ଭାବ ଜାଗ୍ରତ କରିବା ଲକ୍ଷ୍ୟରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପରାମର୍ଶକ୍ରମେ ଶୁକ୍ରବାର ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ବାବାନାଥ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ହାତରେ ତ୍ରିରଙ୍ଗା ଧରି ଭାରତମାତାର ଜୟଗାନ କରି ସହରର ବିଭିନ୍ନ ସାହିବସ୍ତିକୁ ପରିକ୍ରମା କରିଥିଲେ । ଆସିକା ପୌର ପରିଷଦ ଅଧୀନସ୍ଥ ନିରଞ୍ଜନ ନଗରରେ ସ୍ଥାପିତ ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ଓ ମେକ୍‍ ମାଇକେଲ୍‍ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଥିବା ଏହି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ଅଧ୍ୟାପିକା କବିତା କୁମାରୀ ଦାଶ ଓ ଅଧ୍ୟାପକ ଶିଶିର କୁମାର ମିଶ୍ର ଏବଂ କର୍ମଚାରୀ ଟୁନା ମହାରଣା ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ