୭ ଦିନ ବନ୍ଦ ରହିବ ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ଏକ ମାତ୍ର ସରକାରୀ ୱାଟର ପାର୍କକୁ ଗତ ମାସରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଗ୍ରୀଷ୍ମ ଋତୁ ଆସିଲେ ପୁଣି ୱାଟର ପାର୍କ ଖୋଲିବ। ବର୍ଷା ଋତୁରେ ୱାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ବହୁତ କମିଯାଇଛି। ତେଣୁ କ୍ଷତିରେ ସଂସ୍ଥା ଚାଲୁଛି। ଏଥିପାଇଁ ୱାଟର ପାର୍କକୁ ବନ୍ଦ ରଖାଯାଇଛି। ଅନ୍ୟପଟେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନକୁ ମଧ୍ୟ ଗତକାଲି ଗୁରୁବାରଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ମରାମତି କାର୍ଯ୍ୟ ସରିଲେ ପୁଣି ଏକ ସପ୍ତାହ ପରେ ପାର୍କ ସ୍ବାଭାବିକ ଭାବେ ଖୋଲିବ ବୋଲି ପାର୍କ ଦାୟିତ୍ୱରେ ଥିବା ଜଳସମ୍ପଦ ବିଭାଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି। ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଜଳସମ୍ପଦ ବିଭାଗ ଦ୍ୱାରା ପରିଚାଳିତ ହେଉଛି। ଏହା ରାଜ୍ୟର ଏକ ପ୍ରମୁଖ ପାର୍କ । ତେଣୁ ଦୈନନ୍ଦିନ ଉକ୍ତ ପାର୍କ ପରିଦର୍ଶନରେ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ପାର୍କ ବନ୍ଦ ଯୋଗୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ରୋଜଗାରକ୍ଷମ ହେଉଥିବା ଅନେକ ପରିବାର ବର୍ତ୍ତମାନ ରୋଜଗାର ଶୂନ୍ୟ ହୋଇପଡ଼ିଛନ୍ତି। ଅନ୍ୟପଟେ ଜଳସମ୍ପଦ ବିଭାଗର ଜଣେ ଅଧିକାରୀ ଏଠାରେ କହିଛନ୍ତି ଯେ, ନିର୍ଦ୍ଧାରିତ ସମୟ ପୂର୍ବରୁ ପାର୍କକୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ବ୍ୟବସ୍ଥା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ