କେରାଣ୍ଡିତୋଳା ରେ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ଶୀତ ବସ୍ତ୍ର ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ
ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣ ପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ତଥା ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ଲିପିକା ର ସହଯୋଗରେ ଗ୍ରାମର ଗରୀବ ଓ ଅର୍ଥନୈତିକ ଅନଗ୍ରସର ଶ୍ରେଣୀର ଜନସାଧାରଣଙ୍କୁ ଶୀତ ବସ୍ତ୍ର ଓ ମାସ୍କ ବଣ୍ଟନ କରାଯାଇଛି ।ରୋଟାରୀ କ୍ଳବ ଇଷ୍ଟ ତରଫରୁ ପୂର୍ବତନ ସଭାପତି ଦ୍ବୟ ଅରୁଣ ଚାନ୍ଦ ଦାଶ ଓ ଗଦାଧର ରାଉଳ ,ସଂପାଦକ କାମରାଜୁ ମହାରଣା ଏବଂ ଲିପିକା ର ପରିଚାଳନା
ନିର୍ଦ୍ଦେଶିକା ରଂଜିତା ଦାଶ, ଇନରହ୍ବିଲ କ୍ଳବର ପୂର୍ବତନ ସଭାନେତ୍ରୀ ଅମିତା ରାଉଳଙ୍କ ଉପସ୍ଥିତିରେ ଶୀତବସ୍ତ୍ର ବିତରଣ କରାଯାଇଥିଲା । ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନଙ୍କ ସଭାପତିତତ୍ବରେ ଅନୁଷ୍ଠିତ ବୈଠକରେ ଉପଦେଷ୍ଟା କୋରା ମହାରଣା ଓ ନିରଞ୍ଜନ ସାହୁ, ଉପ ସଭାପତି ଘନଶ୍ୟାମ ସାହୁ,କୋଷାଧ୍ୟକ୍ଷ ଜଟେଶ୍ବର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚର ସଂଯୋଜକ କାମରାଜୁ ମହାରଣା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବରିଷ୍ଠ ନାଗରିକ ମଞ୍ଚର ଏଇଭଳିଆ ସମାଜ ସେବା କାର୍ଯ୍ୟକ୍ରମକୁ ଅତିଥି ମାନେ ପ୍ରଶଂସା କରିବା ସହ ବରିଷ୍ଠ ମହିଳା ମାନଙ୍କୁ ଏଇ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ । ନିକଟ ଭବିଷ୍ୟତରେ ଗ୍ରାମର ବରିଷ୍ଠ ମହିଳା ମାନଙ୍କୁ ନେଇ ଏକ ମଞ୍ଚ ଗଠନ କରାଯିବ ବୋଲି ମଞ୍ଚର କର୍ମକର୍ତ୍ତା ଘୋଷାଣା କରିଥିଲେ । ସଂପାଦକ ବାଉରିବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


