କୁଜଙ୍ଗ ବାର ଆସୋସିଏସନ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ
ପାରାଦୀପ,(ପୀତବାସ ପ୍ରଧାନ): ଗତ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା କୁଜଙ୍ଗ ବାର ଆସୋସିଏସନର ନିର୍ବାଚିତ । ଗୁରୁବାର ଦିନ କୁଜଙ୍ଗ ବାର ଆସୋସିଏସନର ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଣବ କୁମାର ରାଉତରାୟ, ସିଭିଲ୍ ଜଜ(ସିନିୟର ଡିଭିଜନ) ପ୍ରିୟ ରଂଜନ ବାରିକ ଓ ଜେଏମ୍ଏଫ୍ସି ସୁନିତା ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ନିର୍ବାଚନ ଅଧିକାରୀ ଚୈତନ୍ୟ କୁମାର ମହାପାତ୍ର ସଭା ପରିଚାଳନା କରିବା ସହ ନବ ନିର୍ବାଚିତ ସଭାପତି ଚୌଧୁରୀ ଗତିକୃଷ୍ଣ ଶତପଥି, ଉପସଭାପତି ନୃସିଂହ ଚରଣ ପ୍ରଧାନ, ସାଧାରଣ ସଂପାଦକ ସଂଜୟ କୁମାର ବେହେରା, ସହସଂପାଦିକା ମମତା ଅଧିକାରୀ, କୋଷାଧ୍ୟକ୍ଷ ପବିତ୍ର ମୋହନ ନାୟକଙ୍କ ସମେତ ଆଠ ଜଣ କାର୍ଯ୍ୟକାରୀ କମିଟି ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନ୍ଜୀବୀ ସତ୍ୟାନନ୍ଦ ବିଶ୍ୱାଳ, ଅନ୍ତର୍ଯ୍ୟାମୀ ନାରାୟଣ ଦାସ, ରମେଶ ଚନ୍ଦ୍ର ଦାସ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଧନ୍ୟବାଦ ଜଣାଇଥିଲେ ଆଇନ୍ଜୀବୀ ଦେବାଶିଷ କଣ୍ଠ । ବାର୍ ଆସୋସିଏସନ୍ ର ସଦସ୍ୟ,ସଦସ୍ୟାମାନେ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।


