ଜନଶକ୍ତି ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ନୂତନ ଜାତୀୟ କୃଷି ଆଇନକୁ ନେଇ ଦେଶରେ ଦେଖାଦେଇଥିବା କୃଷକ ଆନ୍ଦୋଳନକୁ ଦମନ କରିବା ପାଇଁ ସରକାର ହିଂସାକୁ ପରିହାର କରିବାକୁ ଜନଶକ୍ତି ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସେହି ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ଜାତୀୟ ବୀତର୍କର ଆୟୋଜନା କରାଯିବା ସହ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଉପରେ ମଧ୍ୟ ଏକ ଜାତୀୟ ବୀତର୍କ କରାଯିବାକୁ ଜନଶକ୍ତି ପାର୍ଟି ଦାବୀ କରିଛି । ଏଥିସହିତ ଲୋକସଭା ଏବଂ ରାଜ୍ୟସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ସେହି ଅଧିବେସନରେ ଏସମ୍ପର୍କରେ ଆଲୋଚନା କରାଯିବା ସହ ଏହି ସମସ୍ୟାର ସମାଧାନ ନିମନ୍ତେ ଏକ ଫଳପ୍ରସୁ ପନ୍ଥା ବାହାର କରାଯିବାକୁ ଜନଶକ୍ତି ପାର୍ଟି ଦାବୀ କରିଛି । ପାର୍ଟିର ରାଜ୍ୟ ସଭାପତି ଆଇନଜୀବି ପ୍ରଦୀପ କୁମାର ଦାଶ,ତୈଲୋକ୍ୟ ଜେନା, ଅମରବର ବିଶ୍ୱାଳ,ମାନସରଞ୍ଜନ ଶତପଥୀ, ସୁବାଷ ଚନ୍ଦ୍ର ରାଉତ, ସଞ୍ଜୟ କୁମାର ମିଶ୍ର, ବିଦ୍ୟାଧର ପଣ୍ଡା, ରମେଶ ଥାଟୋଇ, ଅଭିରାମ ସେଠୀ, ଦିଲ୍ଲିପ ଜେନା, କୈଳାସ ମଳିକ, ସମରେନ୍ଦ୍ର ଜେନା, ପ୍ରହଲ୍ଲାଦ ମାହାଳି, ସୁମନ୍ତ ଚନ୍ଦ୍ର ବେହେରା,ବିରଂଚି ପ୍ରସାଦ ପରିଡା ପ୍ରମୁଖ ଦାବୀପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ