ଜାଲିନୋଟ କାରବାର କରୁଥିବା ୨ ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ବାରିପଦା ଟାଉନ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଜାଲି ନୋଟ କାରବାର କରୁଥିବା ରାକେଟର ପର୍ଦ୍ଧାଫାସ କରିବାରେ ସକ୍ଷମ ହୋଇଛି ମୟୂରଭଞ୍ଜ ପୋଲିସ । ଜାଲି ନୋଟ କାରବାର କରୁଥିବା ୨ ଅଭିଯୁକ୍ତକୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୮୫ ହଜାର ଟଙ୍କା ଜାଲି ନୋଟ ଜବତ କରିଛି ପୋଲିସ । ଏହାସହିତ ଅଭିଯୁକ୍ତଙ୍କ ନିକଟରୁ ୨ଟି ଫୋନ ସହ ପଲସର ଗାଡିକୁ ମଧ୍ୟ ଜବତ କରିଛି । ତେବେ ପୋଲିସ ବିଶେଷ ସୂତ୍ରରୁ ଖବରପାଇ ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରାମର ଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା । ଗତକାଲି ବିଳମ୍ୱିତ ରାତିରେ ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତିଙ୍କ ସହ ସ୍ପେଶାଲ ସ୍କୁୱାର୍ଡ଼, ବାରିପଦା ଅଂଚଳରେ ଜାଲି ନୋଟ କାରବାର କରୁଥିବା ୨ ଅଭିଯୁକ୍ତକୁ ଗିରଫ କରିବା ସହିତ ଜାଲି ନୋଟ କାରବାର ପଛରେ ଥିବା ମାଷ୍ଟର ମାଇଣ୍ଡକୁ ଖୋଜିବାରେ ଲାଗିପଡିଛି ମୟୂରଭଞ୍ଜ ପୋଲିସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ