ବନ୍ଦର ଅଧ୍ୟକ୍ଷଙ୍କୁ ବିଜୁ ପଟ୍ଟନାୟକ ସ୍ମୁତି ସମ୍ନାନରେ ସମ୍ମାନିତ
ପାରାଦୀପ, (ପିତବାସ ପ୍ରଧାନ): ବିଜୁ ମେମୋରିଆଲ ଟ୍ରଷ୍ଟ ପାରାଦ୍ୱୀପ ତରଫରୁ ପାରାଦ୍ୱୀପ ବନ୍ଦର ନ୍ୟାସର ଅଧକ୍ଷ ଶ୍ରୀ ରିଙ୍କେଶ ରାୟଙ୍କୁ ବିଜୁ ପଟ୍ଟନାୟକ ଟ୍ରଷ୍ଟର ସଭାପତି ଡାକ୍ତର ଦାମୋଦର ରାଉତ ବିଜୁ ପଟ୍ଟନାୟକ ସ୍ମୁତି ସମ୍ନାନରେ ସମ୍ନାନିତ କରିଛନ୍ତି । ଏହି ସମ୍ମାନୀତ ସଭାରେ ଡଃ ରାଉତ ବନ୍ଦର ଅଧ୍ୟକ୍ଷଙ୍କ କାର୍ଯ୍ୟଶୈଳୀ, ଅଭିଜ୍ଞତା, ଦୁରଦୃଷ୍ଟି ଯୋଗୁ ଆଜି ପାରାଦ୍ୱୀପ ବନ୍ଦର ସାରା ଭାରତ ବର୍ଷରେ ପଣ୍ୟ କାରବାରରେ ଶେଷ୍ଠ ବନ୍ଦର ଭାବରେ ପୁରସ୍କୃତ ହୋଇ ପାରିଛି । ପାରାଦ୍ୱୀପ ବନ୍ଦର ଅଧକ୍ଷ ଶ୍ରୀ ରିଙ୍କେଶ ରାୟ ଓ ପାରାଦ୍ୱୀପ ପୌରପାଳିକାର ପୂର୍ବତନ ଅଧକ୍ଷ ବସନ୍ତ ବିଶ୍ୱାଳ କାର୍ଯ୍ୟଶୈଳୀ ପାଇଁ ଆଜି ପାରାଦ୍ୱୀପ ସରସ ସୁନ୍ଦର ହୋଇପାରିଛି।ଆଗକୁ ଏଭଳି ପ୍ରୟାସ ଜାରି ରହିବ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ ସଙ୍ଗେ ସଙ୍ଗେ ଦୁଇ ଅଧକ୍ଷ୍ଯଙ୍କ ଦୀର୍ଘାଉ କାମନା କରିଥିେଲେ ।


