ବଡ଼ମାଧପୁରଠାରେ ୧୫୦ତମ ଗାନ୍ଧି ଜୟନ୍ତୀ ପାଳିତ
ଛତ୍ରପୁର,(ଯୁଗାବ୍ଦ ନ୍ରୁ୍ୟଜ୍): ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼ମାଧପୁର ଗ୍ରାମର ଧିରେଶ୍ୱର ବିଦ୍ୟାପୀଠ ପରିସରରେ ବିଜୁ ଯୁବ ବାହିନୀ ପକ୍ଷରୁ ସଭାପତି ଅଜିତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ୧୫୦ତମ ଗାନ୍ଧି ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଶିକ୍ଷକ ଏସ.ଉମାଚରଣ ରେଡ୍ଡି, ଏସ.ଲକ୍ଷ୍ମୀଚରଣ ରେଡ୍ଡି, ରାଜକିଶୋର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଗାନ୍ଧଜୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଂଚୁ ଖୁଂଟିଆ, କାହ୍ନୁ ମହାରଣା, ଶିବ ପାତ୍ର, ଭାସ୍କର ପାତ୍ର, ରିଙ୍କୁ ସ୍ୱାଇଁଙ୍କ ସମେତ ବିଜୁ ଯୁବ ବାହିନୀର ସମସ୍ତ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।