ଆଦିବାସୀ ମହାବିଦ୍ୟାଳୟର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦେଢକୋଟି ଅନୁଦାନ; ଦୀର୍ଘ ଦୁଇବର୍ଷରୁ ହେବ କାର୍ଯ୍ୟକ୍ଷମ ହୋଇପାରୁନାହିଁ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଥିବା ଆଦିବାସୀ ମହାବିଦ୍ୟାଳୟର ଭିତିଭୁମୁ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଢକୋଟି ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ଅନୁଦାନରେ ମହାବିଦ୍ୟାଳୟର ବିକାଶ କିମ୍ବା ମାଟି ମୁଠାଏ ବି ପଡିନାହିଁ ଆଜି ପର୍ଯ୍ୟନ୍ତ । ସୁଚନା ଯୋଗ୍ୟ ଯେ ଆଦିବାସୀ ମହାବିଦ୍ୟାଳୟ ୧୯୭୯ ମସିହା ଅଗଷ୍ଟ ମାସ ୩୦ ତାରିଖରେ ପ୍ରତିଷ୍ଠା ହୋଇଥିଲା । ବହୁ ପୁରାତନ ମହାବିଦ୍ୟାଳୟ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ହେବା ସମୟରେ କନ୍ଧମାଳ ଜିଲ୍ଲାରେ ଦୁଇରୁ ତିନୋଟି ମହାବିଦ୍ୟୟାଳୟ ଥିଲା । ସେହି ସମୟରୁ ବାଲିଗୁଡା ମହାବିଦ୍ୟାଳୟରେ ବାଲିଗୁଡା ଉପଖଣ୍ଡର ସବୁ ବ୍ଲକର ଛାତ୍ରଛାତ୍ରୀ ମାନେ ଏହି ମହାବିଦ୍ୟୟାଳୟରେ ପାଠପଡୂଥିଲେ । ବର୍ତମାନ ବି ବିଭିନ୍ନ ବ୍ଲକର ଛାତ୍ରଛାତ୍ରୀ ଆସି ଏହି ମହାବିଦ୍ୟାଳୟରେ ପଢୁଛନ୍ତି । କଲେଜ ପରିସରର ଆରମ୍ଭରୁ ଯେମିତ ବର୍ତମାନ ମଧ୍ୟ ପ୍ରାୟ ସେମିତି ଅଛି । କଲେଜ ଆରମ୍ଭରୁ ଛାତ୍ରଛାତ୍ରୀ ମାନେ ଆଜଷ୍ଟସ ଛାଉଣି କ୍ଲାସରୁମର ବସିପପାଠ ପଡୁିେ ଆଜିବି ସେହି ଆଜେଷ୍ଟେସ ଘରେ ବସି ପାଠପଡଛନ୍ତି । ଏହି ଅଜେବେଷ୍ଟସ ଜ୍ଲାସରୁମ ଗୁଡାକ ମାଙ୍କଡଡେଇଁ ଓ ଅନ୍ୟ କାରଣରୁ କିଛୁ ସ୍ଥାନରେ ଅଜେବେଷ୍ଟସ ଫାଟିଗଲାଣି ,କଲେଜ ପରିସରରୁ କ୍ଲାସ ରୁମକୁ ଯିବାକୁ ଭଲ ରାସ୍ତା ନାହିଁ । ୪୧ ବର୍ଷର ପୁରାତନ କଲେଜ ହୋଇମଧ୍ୟ ଆଶାରୁପକ ଭାବେ ଉନ୍ନତି ହୋଇନାହିଁ । ଏହି କଲେଜେ ଯକ୍ତ ଦୁଇ କଳା,ବାଣିଜ୍ୟ ଓ ବିଜ୍ଞାନ ସହ ଯୁକ୍ତ ତିନିରେମଧ୍ୟ କଳା,ବାଣିଜ୍ୟ ଓ ବିଜ୍ଞାନ ରହିଛି । ୨୦୧୮ ମସିହା ଏପ୍ରିଲ ମାସରେ ଏହି କଲେଜ ସରକାରୀ ମାନ୍ୟତା ପାଇବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ପ୍ରଚାରିତ ହୋଇଥିଲା ସେତେବେଳେ ଛାତ୍ରୀଛାତ୍ରୀ ପୁରାତନ ଛାତ୍ରଛାତ୍ରୀ,ଅଭିଭାବକ,କଲେଜ କର୍ମଚାରି ବାଲିଗୁଡାର ଅଂଚଳବାସୀ ତଥା ଜିଲ୍ଲାର ସମସ୍ତ ବ୍ଲକରେ ଆଦିବାସୀ ମହାବିଦ୍ୟାଳୟ ସରକାରୀ ମାନ୍ୟତା ପାଇବ ଭାବି ଖୁସି ହୋଇଥିଲେ । କିନ୍ତୁ ପରବର୍ତି ସମୟରେ ୨୦୧୮ ଅଗଷ୍ଟ ମାସରେ ସରକାରୀ କଲେଜ ମାନ୍ୟତା କୁ ବଦଳାଇ କଲେଜର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସ କରି ଭିତିଭୁମି ବିକାଶ ନିମନ୍ତେ ଦେଢକୋଟି ଅନୁଦାନ ଦେବାକୁ ଘୋଷଣା କରିଥିଲେ । ଘୋଷଣା କରିବାର କିଛିଦିନ ପରେ କଲେଜର ଭିତିଭୁମି ବିକାଶ ନିମନ୍ତେ କଲେଜକୁ ଦେଢକୋଟି ଟଙ୍କା ଆସିଥିଲା । ଏହି ଦେଢକୋଟି ଟଙ୍କାକୁ କଲେଜ ପ୍ରଶାସନ ପୁର୍ତବିଭାଗକୁ ଦେଇଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ଦେଢକୋଟି ଟଙ୍କା ଆସିବାର ଦେଢବର୍ଷରୁ ଉର୍ଦ୍ଧ ହୋଇଗଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଦେଢକୋଟି ଟଙ୍କାର ବ୍ୟୟରେ ମାଟି ମୁଠାଏବି କଲେଜ ପରିସରରେ ପଡିନାହିଁ । ପୁର୍ତବିଭାଗକୁ ଏହି ଦେଢ କୋଟି ଟଙ୍କାରେ ଛଅ ଗୋଟି କ୍ଲାସରୁମ କରିବାକୁ କଲେଜ ପରିସରରେ ଭୁମି ଚିହ୍ନଟ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଆଉ କିଛି କରାଯାଇନାହିଁ । ଏହି ବାବଦରେ କଲେଜର ଭାରପ୍ରାପ୍ତ ଅଧକ୍ଷ ତଥା ଗଣିତ ବିବାଗର ପ୍ରାଧ୍ୟାପକ କାର୍ତିକ ଚନ୍ଦ୍ର ସି କହିଛନ୍ତି ଯେ ୨୦୧୮ ମସିହା ଅଗଷ୍ଟ ୩୦ତାରିଖଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସ କରି କଲେଜର ଭିତିଭୁମି ବିକାଶ ନିମନ୍ତେ ଦେଢକୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ ,ଏହାପରେ ୨୦୧୯ ମାର୍ଚ୍ଚ ମାସରେ ଅନୁଦାନ ଟଙ୍କା ଆସିଥିଲା ଓ ଆମେ ଏହି ଅନୁଦାନ ଟଙ୍କାକୁ ପିଡବ୍ଲୁଡିକୁ ଦେଇଦେଇଥିଲୁ । ଦୁଇ ବର୍ଷ ହେବାକୁ ଆସିଲାଣି କିନ୍ତୁ କାମ ହୋଇନାହିଁ ଏହି ବାବଦରେ ଆମେ ଉପଜିଲ୍ଲାପାଳଙ୍କୁ ଭେଟି କହିଛୁ ବୋଲି କହିଛନ୍ତି ଭାରପ୍ରାପ୍ତ ଅଧକ୍ଷ । ଏହି ବାବଦରେ ଉପଜିଲ୍ଲାପାଳ କହିଛନ୍ତି ଯେ ଏହି କାମଟି ବହୁତ ଦିନ ହେଲା ଅଟକି ଯାଇଛି ମିଁ ପିଡବ୍ଲୁଡିର ନିର୍ବାହୀ ଯନ୍ତ୍ରୀଙ୍କ ସହ କଥା ହୋଇ ଅତି ଜଲଦୀ ଏହି କାମ ଆରମ୍ଭ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ର । ବୁଦ୍ଧିଜୀବି ମହଲ ତଥା ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ଆଲୋଚନା ହେଉଛି ଯେ କେଉଁ କାରଣ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ କଲେଜରେ ଖର୍ଚ୍ଚ ହୋଇପାରୁ ନାହିଁ । ତୁରନ୍ତ ଏହି କଲେଜର ବିକାଶ ପାଇଁ ଆସିଥିବା ଏହି ଅନୁଦାନକୁ ଖର୍ଚ୍ଚ କରାଯାଇ ଛାତ୍ରଛାତ୍ରୀିଙ୍କ ବିକାଶ କାମରେ ଆସୁ ।


