ଫାଇନାଲ୍ ମ୍ୟାଚ ରେ ବାଜି ମରିନେଲା କଟକ

କଟକ: (ଦୀପକ୍ କୁମାର ବେଉରା) ସରିଲା ଅନ୍ତଜିଲା ଟି ଟ୍ୱେଣ୍ଟି । ଫାଇନାଲ୍ ମ୍ୟାଚ ରେ ବାଜି ମରିନେଲା କଟକ ଏ । ବିପକ୍ଷ ଇଷ୍ଟ କୋଷ୍ଟ ରେଲୱେ କୁ ୭ ରନ ରେ ପରାସ୍ତ କରି ବାରବାଟୀ ମୈଦାନ ରେ ବିଜୟ ର ଶଙ୍ଖନାଦ ଫୁଙ୍କିଛି ବିପ୍ଳବ ବାହିନୀ । ଏହି ଲିଗ ରେ ବେଶ ପ୍ରଭାବୀ ପଦର୍ଶନ କରି ଆସୁଥିବା କଟକ ଏ ଟିମ ପୁଣି ଏକ ରିମାଞ୍ଚକର ଫାଇନାଲରେ ବିଜୟୀ ହୋଇଛି ।ଟସ ହାରି ବ୍ୟାଟିଂ ଆରମ୍ଭ କରିଥିବା କଟକ ଏ ଟିମ ନିର୍ଦ୍ଧାରିତ ୨୦ ଓଭର ଖେଳିବାରେ ମଧ୍ୟରେ ଅସମର୍ଥ ହୋଇଥିଲା । ୧୯ ଓଭର ୫ ଟି ବଲ ରେ ମାତ୍ର ୧୩୦ ରନ କରି ଅଲ ଆଉଟ ହୋଇଥିଲା ଦଳ । ଦଳ ପକ୍ଷରୁ ରାମ ଚନ୍ଦ୍ର ବେହେରା ସର୍ବାଧିକ ୩୪ ରନ କରିଥିଲା ବେଳେ ଅଧୀନୟକ ବିପ୍ଳବ ୩୨ ରନ କରି ପାଭିଲିୟନ ଫେରିଥିଲେ । ଘରୋଇ ଟ୍ରାକ ର ଫାଇଦା ନେଇ ଆଲୋକ ମଙ୍ଗରାଜ , ଜୟନ୍ତ ବେହେରା ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨ ଟି ଲେଖାଏଁ ୱେକେଟ ଅକ୍ତିଆର କରିଥିଲେ । ଯାହା ଫଳରେ ଦଳ ମାତ୍ର ୧୩୦ ରନ କରିବାରେ ସମର୍ଥ ହୋଇଥିଲା ।ଅନ୍ୟପଟେ ବିଜୟ ଲକ୍ଷ କୁ ପିଛା କରିବାରେ ଅସମର୍ଥ ହୋଇଥିଲା ବିପକ୍ଷ ରେଲୱେ । ନିର୍ଦ୍ଧାରିତ ଓଭର ରେ ୭ ୱେକେଟ ହରାଇ ୧୨୩ ରନ ହିଁ ସଂଗ୍ରହ କରିଥିଲା ଦଳ । ଟିମ ପକ୍ଷରୁ ରାଜେଶ ମହାନ୍ତି ସର୍ବାଧିକ ୩୫ ରନ କରିଥିଲା ବେଳେ ଅଙ୍କିତ ୟାଦବ ୨୮ ରନ କରିଥିଲେ । ତେବେ ଏହି ମ୍ୟାଚ ହୋଇଥିଲା ବେଶ ରୋମଞ୍ଚକର ।ଏହାସହ ରାଜ୍ୟ ସରକାର ଙ୍କ ଗ୍ରୀନ ସିଗ୍ନାଲ ପରେ ଓସିଏ ଏହି ମେଗା ଆୟୋଜନ ଆରମ୍ଭ କରିଥିଲା । ଯାହା ସୁରୁଖୁରୁରେ ଶେଷ ହୋଇଛି । ତେବେ ଆଗମୀ ଦିନରେ ମଧ୍ୟ ଅନେକ ମେଗା ଇଭେଣ୍ଟ ଓସିଏ ଆୟୋଜନ କରିବା ନେଇ ଆଶା ବାନ୍ଧିଛି ଓଡିଶା କ୍ରିକେଟ ଆସୋସିଏସନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ