ଘରେ ପଶି ମୋବାଇଲ ଏବଂ ୩୨,୩୦୦ଟଙ୍କା ଚୋରୀ ମାମଲାରେ ଝାଡଖଣ୍ଡର ଚୋରକୁ ବାନ୍ଧିଲା ଗ୍ରାମାଞ୍ଚଳ ଥାନା ପୋଲିସ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଘିଆଟାଙ୍ଗର ଗାଁର ମନ ମହାନ୍ତ ଘରେ ୨-୧୧-୨୦୨୦ରେ ଏକ ସାମସଙ୍ଗ ମୋବାଇଲ ଏବଂ ୩୨,୩୦୦ଟଙ୍କା ଚୋରୀ ହୋଇଥିଲା ।ଏହାକୁ ନେଇ ମନ ମହାନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲା ।ଥାନାରେ ମାମଲା କେଶ ନଂ ୧୩୭ ରୁଜୁ ହୋଇଥିଲା ।ପୋଲିସ ତଦନ୍ତ କରି ୨୧ ଡିସେମ୍ବର ତାରିଖରେ ପଡୋଶୀ ଝାଡଖଣ୍ଡ ରାଜ୍ୟର ମଝିଗାଁର ମହମ୍ମଦ ଇଜାଜୁଦିନ(ରାଜୁ)କୁ ଗିରଫ କରିଵା ସହ ଚୋରୀ ମୋବାଇଲ ଏବଂ ୫୨୫୦ଟଙ୍କା ଉଦ୍ଧାର କରିଥିଲା ।ତଦସହ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି ।