ପ୍ରେଗ୍ନେଣ୍ଟ ଅଛି ବୋଲି କହି ଟ୍ରୋଲ୍ ହେଲେ ରାକ୍ଷୀ

ବଲିଉଡ୍ ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ସୋସିଆଲ୍ ମିଡିଆରେ କିଛି ନା କିଛି କୌତୁକ କରି ସବୁବେଳେ ସମାଲୋଚିତ ହୁଅନ୍ତି । ଦର୍ଶକ କୁହନ୍ତି ମୋଷ୍ଟ୍ କଣ୍ଟ୍ରୋଭର୍ସିଆଲ୍ ପର୍ସନ୍ ହେବାକୁ ରାକ୍ଷୀ କିଛି ବି କରିପାରନ୍ତି । ତେଣୁ ସୋସିଆଲ ମିଡିଆରେ ଲଗାତର ରାକ୍ଷୀଙ୍କ ଅଜବ-ଗଜବ ଭିଡିଓ ସବୁ ଦେଖିବାକୁ ମିଳିଥାଏ । ଗତ ଅଗଷ୍ଟରେ ହଠାତ୍ ନିଜକୁ ବିବାହିତା ଘୋଷଣା କରିଥିବା ରାକ୍ଷୀ ସାୱନ୍ତ ଏବେ ପ୍ରେଗ୍ନେଣ୍ଟ ଥିବା କହୁଛନ୍ତି । ନିଜକୁ ପ୍ରେଗ୍ନେଣ୍ଟ୍ କହି ଇନ୍ଷ୍ଟାଗ୍ରାମରେ ଏକ ଫନୀ ଭିଡିଓ ଶେୟାର କରିଛନ୍ତି । ଏନେଇ ସାସିଆଲ ମିଡିଆରେ ୟୁଜର୍ସ କରିଛନ୍ତି ରାକ୍ଷୀଙ୍କୁ ଟ୍ରୋଲ୍ । ଗତ ଅଗଷ୍ଟରେ ରାକ୍ଷୀ ବିବାହ କରିଥିବା କହି ହଠାତ ମୁଣ୍ଡରେ ସିନ୍ଦୂର, ଗଳାରେ ମଙ୍ଗଳସୂତ୍ର ପିନ୍ଧି ଆସିଥିଲେ । ହେଲେ ସେ ଆଜିଯାଏଁ ନିଜ ସ୍ୱାମୀଙ୍କୁ ଲୁଚାଇ ରଖି କଣ୍ଟ୍ରୋଭର୍ସିରେ ରହୁଛନ୍ତି । ରାକ୍ଷୀଙ୍କ କହିବା ଅନୁସାରେ, ସେ ଜଣେ ଏନ୍ଆର୍ଆଇ ବ୍ୟବସାୟୀଙ୍କୁ ବିବାହ କରିଛନ୍ତି ଓ ବ୍ୟକ୍ତିଗତ ଜୀବନକୁ ଅଲଗା ରଖିବାଲାଗି ତାଙ୍କ ସ୍ୱାମୀ କ୍ୟାମେରା ସାମ୍ନାକୁ ଆସିବାକୁ ଚାହାନ୍ତି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ