“ଦବଙ୍ଗ-୩’ର ପ୍ରମୋ ରିଲିଜ୍

ନୂଆଦିଲ୍ଲୀ: ପୁଣି ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି ବଲିଉଡ୍ ଦବଙ୍ଗ ପାଲିସ୍ ଅଫିସର ଚୁଲବୁଲ ପାଣ୍ଡେ । ସଲମାନଙ୍କ ମୋଷ୍ଟ ୱାଣ୍ଟେଡ୍ ଫିଲ୍ମ “ଦବଙ୍ଗ-୩’ର ପ୍ରମୋ ରିଲିଜ୍ ହୋଇଛି । ନିଜେ ଚୁଲବୁଲ୍ ପାଣ୍ଡେ ଫିଲ୍ମର ପ୍ରମୋକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଗୋଟିଏ ଦମ୍ଦାର୍ ଡାଏଲଗ୍ ସହ ସଲମାନ ଖାନଙ୍କ ଚୁଲବୁଲପାଣ୍ଡେ ଅବତାରକୁ ପ୍ରମୋରେ ଦେଖିବାକୁ ମିଳିଛି । ପ୍ରମୋରେ ପାଣ୍ଡେ ଜୀ କହୁଛନ୍ତି, “ଯେତେବେଳେ ଚୁଲବୁଲ୍ ପାଣ୍ଡେଙ୍କ ସହ ଅଛି ପୂରା ଇଣ୍ଡିଆର ଇମୋଶନ୍ସ, ତେବେ ସଲମାନ କାହିଁକି କରିବେ ଫିଲ୍ମ ଦବଙ୍ଗର ପ୍ରମୋଶନ? ” ଫିଲ୍ମ ତାଙ୍କର, ପୋଷ୍ଟର ତାଙ୍କର, ତେବେ ଫିଲ୍ମର ପ୍ରମୋଶନ ମଧ୍ୟ ଚୁଲବୁଲ ପାଣ୍ଡେ ହିଁ କରିବେ ବୋଲି ସେ କହିଛନ୍ତି । ଏପରି ଲାଗୁଛି ସଲମାନ ଫିଲ୍ମଟି ରିଲିଜ୍ ହେବା ପର୍ଯ୍ୟନ୍ତ ଚୁଲବୁଲ୍ ପାଣ୍ଡେ ହୋଇ ରହିବେ । ସେହିପରି ନିଜ ଅଫିସିଆଲ୍ ଟୁଇଟର ହ୍ୟାଣ୍ଡେଲରେ ସଲମାନ ନିଜ ନାମକୁ ବଦଳାଇ ଚୁଲବୁଲ ପାଣ୍ଡେ ରଖିଛନ୍ତି ଓ “ଦବଙ୍ଗ-୩’ର ପ୍ରମୋ ଶେୟାର କରିଛନ୍ତି । ଆସନ୍ତା ଡିସେମ୍ବର ୨୦ରେ ରିଲିଜ୍ ହେବାକୁ ଥିବା “ଦବଙ୍ଗ-୩’ରେ ମହେଶ ମଞ୍ଜରେକରଙ୍କ ଝିଅ ସାଈ ମଞ୍ଜରେକର ଡେବ୍ୟୁ କରିବେ । ସଲମାନଙ୍କ ପ୍ରେମିକା ଚରିତ୍ରରେ ସାଈ ନଜରକୁ ଆସିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ