ଏହି କାରଣରୁ ରଣବୀରଙ୍କୁ ରାତିରେ ଖାଇବାକୁ ଦେବେ ନାହିଁ ବୋଲି ଧମକ ଦେଲେ ଦୀପିକା

ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କ ସ୍କୁଲ୍ ରିପୋର୍ଟ କାର୍ଡକୁ ସୋସିଆଲ୍ ମିଡିଆରେ ସେୟାର୍ କରିବା ପରେ ଶିକ୍ଷକଙ୍କ ନକାରାତ୍ମକ ମତାମତକୁ ସମର୍ଥନ କରି ଉତ୍ତର ରଖିଥିଲେ ସ୍ୱାମୀ ତଥା ବଲିଉଡ୍ ସୁପରଷ୍ଟାର୍ ରଣବୀର ସିଂହ । ରଣବୀରଙ୍କ ଉତ୍ତରରେ ପ୍ରତ୍ୟୁତ୍ତାର ରଖିଛନ୍ତି ଦୀପିକା । ରଣବୀର ଦୀପିକାଙ୍କ ବଦଗୁଣକୁ ରିପୋର୍ଟ କାର୍ଡରେ ଲେଖିଥିବା ଶିକ୍ଷକଙ୍କ ହଁରେ ହଁ ମିଶାଇଥିବା କାରଣରୁ ଦୀପିକା ରଣବୀରଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, “ଆଜି ରାତିରେ ତୁମକୁ ଖାଇବାକୁ ମିଳିବ ନାହିଁ ।’ କେବଳ ସେତିକି ନୁହେଁ ସେ ଏପରି ଲେଖି ୩ଟି ରାଗିଯିବାର ଇମୋଜି ବି ଦେଇଛନ୍ତି ତାଙ୍କ ପୋଷ୍ଟରେ ।
ଦୀପିକାଙ୍କ ଏକ ରିପୋର୍ଟ କାର୍ଡରେ ଶିକ୍ଷକ ଲେଖିଥିଲେ “ଦୀପିକା ଭାରି ଗପୁରୀ’ । ଏହାକୁ ସମର୍ଥନ କରି ଦୀପିକାଙ୍କ ସ୍ୱାମୀ ରଣବୀର ସିଂହ ଲେଖିଥିଲେ “ସତ କଥା ସେ ଜଣେ ଅସୁବିଧା ସୃଷ୍ଟିକାରୀ ମଧ୍ୟ’ ।
ଦ୍ୱିତୀୟ ରିପୋର୍ଟ କାର୍ଡରେ ଶିକ୍ଷକ ଲେଖିଥିଲେ, “ଦୀପିକା ଦିଆଯାଉଥିବା ସୂଚନାକୁ ଅନୁକରଣ କରିବା ଉଚିତ ।’ ତାହାର ଉତ୍ତରରେ ରଣବୀର ଲେଖିଥିଲେ, “ହିଁ ମୁଁ ବି ଏଥିରେ ଏକମତ’? ତୃତୀୟ ରିପୋର୍ଟ କାର୍ଡରେ ଶିକ୍ଷକ ଲେଖିଥିଲେ, “ଦୀପିକା ଦିବା ସ୍ୱପ୍ନ ଦେଖନ୍ତି ।’ ଏହାର ଉତ୍ତର ଦେଇ ରଣବୀର ଲେଖିଥିଲେ, “ବାଦଲ ମୁଣ୍ଡରେ ବସି ଏପରି ସ୍ୱପ୍ନ ଦେଖନ୍ତି ।’ ଉଲ୍ଳେଖଯୋଗ୍ୟ, ସୋସିଆଲ୍ ମିଡିଆରେ ସଦା ସକ୍ରିୟ ରହୁଥିବା ଏହି ଯୋଡ଼ି ଅନେକ ସମୟରେ ପରସ୍ପରଙ୍କୁ କମେଣ୍ଟ କରିବା ନେଇ ଚର୍ଚ୍ଚା ପାଲଟି ଥାଆନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ