ବେଆଇନି ବାଲି ପରିବହନ ବନ୍ଦ ଦାବିରେ ଡିମିରିଆ ଗ୍ରାମବାସିଙ୍କ ତହସିଲଦାରଙ୍କୁ ଦାବିପତ୍ର

ହାଟଡିହି,(ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଧିନସ୍ଥ ଡିମିରିଆ ବାଲି ଘାଟରୁ ବେ ଆଇନି ଭାବେ ବାଲି ଉତ୍ତୋଳନ କରାଯାଉଥିବେଳେ ଏହାକୁ ବନ୍ଦ କରିବାକୁ ନେଇ ଡିମିରିଆ ଗ୍ରାମର ଗ୍ରାମବାସି ମାନେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଘାଟର ନିଲାମ ଅବଧି ସରିଯାଇଥିବା ବେଳେ ଏହାକୁ ପୁନଶ୍ଚ ଦୀର୍ଘ ମିଆଦି ସୁତ୍ରରେ ନିଲାମ କରାଯିବା ପାଇଁ ତହସିଲ ପକ୍ଷରୁ ପ୍ରକ୍ରୀୟା ଆରମ୍ଭ କରାଯାଇଛି । ନିଲାମ ଅବଧି ସରିଥିଲେ ମଧ୍ୟ ବାଲି ମାଫିଆ ମାନେ ନିୟମିତ ବାଲି ଉତ୍ତୋଳନ କରିଚାଲିଛନ୍ତି । ତେବେ ଉତ୍ତୋଳନକାରୀ କେଉଁ ଆଇନ ବଳରେ ଉକ୍ତ ବାଲିଘାଟରୁ ବାଲି ପରିବହନ କରୁଛନ୍ତି ତାହାକୁ ନେଇ ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି । ପୁର୍ବରୁ ଏ ବିଷୟରେ ଜାଣିବାପରେ ଡିମିରିଆ ଗ୍ରାମବାସୀମାନେ ଏ ବାବଦରେ ଜାଣିବାପରେ ନିଲାମଧାରୀଙ୍କ ବାଲି ପରିବହନକୁ ବିରୋଧ କରିବାପରେ ବାଲିଘାଟ ବନ୍ଦ ହୋଇଥିଲା । କିନ୍ତୁ ଏହାକୁନେଇ ସେହିଦିନ ଠାରୁ ଉତ୍ତେଜନା ଲାଗିରହିଥିଲା । ତେଣୁ ପ୍ରଶାସନ ପକ୍ଷରୁ ଏହି ବାଲିଘାଟକୁ ବନ୍ଦ କରିବାପାଇଁ ଗ୍ରାମର ଭରତ ପ୍ରଧାନ, ଭିକାରୀ ମଲ୍ଲିକ, ସୁଶିଲ ବସନ୍ତିଆ, ମହାଦେବ ପ୍ରଧାନ, ମନୋଜ ନାୟକ, ଅଜୟ ମଲ୍ଲିକ, ରବିନ୍ଦ୍ର ଖଟୁଆ, ବୃନ୍ଦାବନ ପ୍ରଧାନ, ନାରାୟଣ ବାରିକ, ଜଟାଧାରୀ ପ୍ରଧାନ, ମୁକ୍ତି କୁମାର ରାଉତ, ନାରାୟଣ ବେହେରା, ତ୍ରିଲୋଚନ ରାଉତ, ପୁର୍ଣ୍ଣଚନ୍ଦ୍ର ରାଉତ, ନିରଞ୍ଚନ ରାଉତ, ଉଳ୍ଲାସ ଦାସ, ଅଭିମନ୍ୟୁ ବେହେରା, ନିଳମଣି ପାତ୍ର, ଭାଗବତ ବାରିକଙ୍କ ସମେତ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି । କୋର୍ଟ ନିର୍ଦ୍ଦେଶ ଅନୁସାରେ ତାଙ୍କୁ କିଛିଦିନ ସମୟ ଦିଆଯାଇଛି ଓ ସେଠାରେ ମେସିନି ନୁହଁ ଶ୍ରମିକଙ୍କ ଦ୍ୱାରା ବାଲି ଉତ୍ତୋଳନ କରାଯିବ ବୋଲି ତହସିଲଦାର ସେମାନଙ୍କୁ ପ୍ରତିଶୃତି ଦେଇଥିବା ଗ୍ରାମବାସୀମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ