ଅରୁଣ ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ବିଶିଷ୍ଟ କ୍ରିକେଟ ପ୍ରେମୀ ଓ ଯୁବ ସମାଜ ସେବୀ ସ୍ବର୍ଗତ ଅରୁଣ ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି |ଏଥିରେ ତିର୍ତ୍ତୋଲ ଅଞ୍ଚଳ ର ବହୁ କ୍ରିକେଟ ଦଳ ଭାଗନେଇଥିବା ବେଳେ ଆଜି ୮ଗୋଟି ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ଏଥିରେ ଦଳ ମାନଙ୍କ ମଧ୍ୟରୁ ଗୋପାଳପୁର, କାଳିନାଗ,ପୂବପଡା, ହରସିଂପୁର, କଣ୍ଟାପଡା,ହୁରାସାହି ପୋଡପଡା, କୁଳସାହି,ବିନ୍ଦାସ ପୂବପଡା,ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ପ୍ରତିଯୋଗିତା କରିଥିଲେ ଶେଷରେ ସେମିଫାଇନାଲ ପ୍ରତିଯୋଗିତା ସହ ଗୋପାଳପୁର ଓ କୁଳ ସାହି ମଧ୍ୟରେ କଡା ଟକ୍କର ମଧରେ ଫାଇନାଲ ରେ ହରସିଂପୁର ଓ କୂଳୁସାହି ପ୍ରବେଶ କରିଥିଲା|ଇତି ମଧ୍ୟରେ ଶେଷ ମ୍ୟାଚ ଖେଳାଯାଇଥିଲା ଶେଷରେ୨୪ରନରେ ହରସିଂପୁର ଚାମ୍ପିୟନ ହୋଇଥିଲା |ରଣ୍ଣର୍ସ ଅପ ହୋଇଥିବା ଦଳକୁ ୧୫୦୦ଟଙ୍କା ପୁରସ୍କାର ପ୍ରଦାନ ସହ ଚମ୍ପିୟାନ ହୋଇଥିବା ଦଳକୁ ମୁଖ୍ୟ ଅତିଥି ଭାବେ ତରଜଙ୍ଗା ପଞ୍ଚାୟତ ର ସମିତିସଭ୍ୟା ଙ୍କ ପ୍ରତିନିଧି ତଥା ଯୁବ ସମାଜ ସେବୀ ଶୁଭେନ୍ଦୁ ପଣ୍ଡା ୨୦୦୦ଟଙ୍କା ସହ କପ ଓ ସିଲ ପ୍ରଦାନ କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟ ଟିକୁ ସଂଜୀବ ପଣ୍ଡା, ଦୀପ୍ତି ରଞ୍ଜନ ସେଠୀ, ଚନ୍ଦନ ଅଚର୍ଯ୍ୟା, ଦୁର୍ଗାଶିଷ ବେହେରା, ରଶ୍ମିରଂଜନ ବେହେରା, ସତ୍ୟଜିତ ପଣ୍ଡା, ଦେବାଶିଷ ବେହେରା, ମୁଖ୍ୟ ପ୍ରଚାରକ ରାଜେଶ ପଣ୍ଡା ଓ ରାକେଶ ରାଉତ ପ୍ରଭୁପ୍ରସାଦ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ |


