ଚମାଖଣ୍ଡି ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୯୫ତମ ପ୍ରତିଷ୍ଠା ଦିବସ ପାଳିତ

ଛତ୍ରପୁର,(ଦେବଦତ୍ତ ମହାରଣା): ଆଜି ଭାରତୀୟ କମ୍ୟୂନିଷ୍ଟ ପାର୍ଟିର ୯୫ତମ ପ୍ରତିଷ୍ଠା ଦିବସ ଚମାଖଣ୍ଡି ଛକ ସ୍ଥିତ ପାର୍ଟି କାର୍ଯ୍ୟାଳୟ ପରିସରରେ ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ୍‌. ଜନାର୍ଦ୍ଦନ ରେଡ୍ଡୀଙ୍କ ପୈାରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦଳୀୟ ପତାକା କୁ ବର୍ଷିୟାନ କମ୍ୟୁନିଷ୍ଟ ନେତା ତଥା ପୂର୍ବତନ ସରପଞ୍ଚ ସିମାଞ୍ଚଳ ସାହୁ ଉତ୍ତୋଳନ କରିଥିଲେ । ଏଥିରେ ପାର୍ଟିର ରାଜ୍ୟ ନେତା ତଥା ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀ ଯୋଗଦେଇ ସଂଗ୍ରାମ , ତ୍ୟାଗ ଓ ବଳିଦାନ ଇତିହାସ ଉପରେ କହିଥିଲେ । ଆଜି ମଧ୍ୟ ଦେଶର ଚାଷୀ , ମୂଲିଆ , ଶ୍ରମିକ ଓ ଯୁବ-ଛାତ୍ର ସମସ୍ୟା ଉପରେ ଭାରତୀୟ କମ୍ୟୁନିଷ୍ଟ ଆନ୍ଦୋଳନ ଜାରୀ ରଖିଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଉତ୍କଳ ମହିଳା ସମିତିର ରାଜ୍ୟ ଉପସଭାନେତ୍ରୀ ଏନ.ଭାନୁମତୀ ରେଡ୍ଡୀ, ଚମାଖଣ୍ଡି ଜୋନାଲ ସହ-ସମ୍ପାଦକ ଗୁରୁନାଥ ପ୍ରଧାନ, ଏନ.ଗିରିଜା ପ୍ରସାଦ ରେଡ୍ଡୀ, କେଶବ ବେହେରା, ଶରତ ନାହାକ, କାଳି ଗୋପାଳ ରାଓଙ୍କ ସମେତ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ପାର୍ଟିର ଇତିହାସ ସଂପର୍କରେ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ