ଛତ୍ରପୁର ଠାରେ ବିଜେଡି ୨୪ତମ ପ୍ରତିଷ୍ଠା ଦିବସ ପାଳିତ

ଛତ୍ରପୁର,(ଦେବଦତ୍ତ ମହାରଣା): ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଛତ୍ରପୁର ନିକଟ ତାମ୍ପରା ହ୍ରଦ ନିକଟରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଜଂୟ ରେଡ୍ଡୀ ଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । କୋଭିଡ ଗାଇଡ ଲାଇନ ଅନୁସାରେ ସାମାଜିକ ଦୂରତା ରକ୍ଷାକରି ଏକ ସମାବେଶ ମଧ୍ୟ ଅନୁଷ୍ଠିତ ହୋଇଥିଲ।। ଏଥିରେ ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗଦେଇ ପ୍ରତିଷ୍ଠା ଦିବସ ଉପରେ ଆଲୋକପାତ କରିବା ସହ ଦୁର୍ନିତୀ ବିକାଶର ବଡ ଶତ୍ରୁ । ବିଜୁ ଜନତା ଦଳ ତଥା ନବୀନ ସରକାର ଦୁର୍ନିତୀ ବିରୋଧରେ କୋଠର ପଦକ୍ଷେପ ନିଅନ୍ତି । ସେ ବିଧାୟକ ହେଉ କିମ୍ବା ପ୍ରଶାସନିକ ଅଧିକାରୀ ସମସ୍ତ ଦୁର୍ନିତୀ ଗ୍ରସ୍ତଙ୍କୁ ଛୁ.. କରିଛନ୍ତି । ନିଃସ୍ୱାର୍ଥପର ସ୍ୱଚ୍ଛତା ଦୀର୍ଘ ବର୍ଷଧରି ନବୀନ ସରକାର ଓଡିଶାର ବିକାଶ ଧାରା ବଜାୟ ରଖିଛନ୍ତି । ଓଡିଶାର ସମସ୍ୟା କୌଣସି ଜାତୀୟ ଦଳ ଦ୍ୱାରା ସାମାଧାନ ହୋଇପାରିବ ନାହିଁ । ଏଣୁ ଓଡିଶାର ଏକ ମାତ୍ର ଦଳ ଜନସାଧାରଣଙ୍କ ବଳ ସେ ହେଉଛି ବିଜୁ ଜନତା ଦଳ ବୋଲି ସେ କହିଥିଲୋ ରାଜ୍ୟ କୃଷି ବିପଣନ ପରିଷଦର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଯୋଗଦେଇ ପ୍ରବାଦ ପୁରୁଷ ବିଜୁବାବୁଙ୍କ ନା’ରେ ଗଠନ ହୋଇଥିବା ବିଜୁ ଜନତା ଦଳକୁ ୨୪ ବର୍ଷରେ ପ୍ରଦାର୍ପଣ କରିଛି । ବିଜୁବାବୁଙ୍କ ଜୀବିତ ଅବସ୍ଥାରେ ଯେତିକି ସୁନାମ ରହିଥିଲା ମୃତ୍ୟୁ ପରେ ତାଙ୍କରି ଲୋକପ୍ରିୟତା ୧୦୦ ଗୁଣ ବୃଦ୍ଧି କରିଛି, ଯାହା ଚନ୍ଦ୍ର ଓ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଏହା ଚିରସ୍ମରଣୀୟ ରହିବ । ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କରି ପୁତ୍ର ନବୀନ ବାବୁ ଦୀର୍ଘ ୨୧ ବର୍ଷ ସୁଶାସନରେ ଦୁର୍ନିତୀ, ବେଆଇନ ଏବଂ ଆଇନଶୃଙ୍ଖଳାରେ ସାଲିସ କରି ନାହାନ୍ତି ବୋଲି କହିଥିଲେ । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ନବୀନବାବୁଙ୍କ ସରକାର ଓଡିଶାର ବିକାଶ ଶୀର୍ଷରେ ପହଞ୍ଚାଇ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ବଜାୟ ରଖିଛି । କରୋନାକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ରକୁ ନବୀନ ସରକାର ବାଟ ଦେଖାଇଛି । ବିଜୁ ଜନତା ଦଳର ବିକାଶ ପ୍ରକ୍ରିୟାରେ ଛତ୍ରପୁର ନିର୍ବାଚନମଣ୍ଡଳୀର ସମସ୍ତ ବିଜେଡିର ଛାତ୍ର, ଯୁବ, ମହିଳା, ଗାଁ, ପଞ୍ଚାୟତ, ବ୍ଲକ, ଜିଲ୍ଲା ସ୍ତରର କର୍ମୀ ଓ ନେତାମାନେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ ଓ ଆଦିକନ୍ଦ ସେଠୀ, ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇ, ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ, ଛାତ୍ର ବିଜେଡିର ରାଜ୍ୟ ଉପସଭାପତି ଭବାନୀକାନ୍ତ ସାହୁ, ରାଜ୍ୟ ସଂପାଦକ ରାମହରି ମହାରଣା, ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ବିଜେଡି ଜିଲ୍ଲା ସଂପାଦକ ମନୋଜ କୁମାର ପାଢୀ, ଜିଲ୍ଲା ପରିଷଦ ସଭ୍ୟ ଏସ୍‌.କିଶୋର ଚନ୍ଦ୍ର ରେଡ୍ଡୀ ଓ ପ୍ରମୋଦ କୁମାର ପ୍ରଧାନ, ପୂର୍ବତନ ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ବରିଷ୍ଠ ନେତା ବାନାମ୍ବର ପଲାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା, ପୂର୍ବତନ ରମ୍ଭା ଏନ୍‌ଏସି ଅଧ୍ୟକ୍ଷା ସୌଦାମିନୀ ବିଶ୍ୱାଳ, ପୂର୍ବତନ ସାଂସଦ ପ୍ରତିନିଧି ଜଟିଆ ନାହାକ, ଶ୍ରମିକ ନେତା ଶଙ୍କର ଦାଶ, ମହିଳା ନେତ୍ରୀ ସୁବର୍ଣ୍ଣବାଳା ବିଷୋୟୀ ଓ ନମିତା ମହାରଣା ପ୍ରମୁଖ ଦଳୀୟ ସଂଗଠନକୁ ସଦୃଢ କରିବା ପାଇଁ ମତବ୍ୟକ୍ତ ରଖିଥିଲେ । ସମାବେଶର ପ୍ରାରମ୍ଭରେ ପୋଡାପଦର ସରପଞ୍ଚ ପିତାମ୍ବର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୂର୍ବତନ କାଉନସିଲର ବି.ରାଜିବାବୁ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ ସ୍ଥିତ ସ୍ୱର୍ଗତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ