ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କୁ ମିଳୁନି ସରକାର ଦେଇଥିବା ଟଙ୍କା

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପରେ ଯୋଜନା ଗଢିଚାଲିଛନ୍ତି ଯାହା ଦ୍ୱାରାକି ଉପକୃତ ହେବେ ସଭିଁଏ ତାହା ପାଇଁ ପ୍ରୟାଶ ଜାରି ରହିଛି ଯେପରିକି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ରହିଛି ଛୋଟ ଛୁଆ ଯେପରି ଜନ୍ମ ହୋଇ ଶିକ୍ଷା ଅର୍ଜନ କରିବ ତାହା ପାଇଁ ଅଙ୍ଗନବାଡି କେନ୍ଦ୍ର ପରେ ପରେ ଉଚ୍ଚ ଶିକ୍ଷା ଗ୍ରହଣ ପାଇଁ ବିଦ୍ୟାଳୟ ଖୋଲା ଯାଇଛି । ରୋଗୀଙ୍କ ସେବା ପାଇଁ ବିଭିନ୍ନ ମାଗଣା ଚିକିତ୍ସା ଓ ଔଷଧ ମଧ୍ୟ ମାଗଣା ଦିଆଯାଉଛି । ଗର୍ଭବତୀ ମାଁ ସୁସ୍ଥ ସବଳ ରହିବା ପାଇଁ ବିଭିନ୍ନ ଆବଶ୍ୟକୀୟ ଖାଦ୍ୟ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ସରକାର ଯୋଗାଉଛନ୍ତି । ହେଲେ ଗର୍ଭବତୀ ମାଙ୍କୁ ଗର୍ଭାବସ୍ତାରେ ୫ ହଜାର ସରକାର ସହାୟତା ମିଳୁଥିବା ବେଳେ ପ୍ରଥମେ ୩ ହଜାର ୫ ଶହ ଟଙ୍କା ମିଳୁଥିବା ବେଳେ ପ୍ରସବ ପରେ ବକେୟା ୧୫ଶହ ଟଙ୍କା ବ୍ୟାଙ୍କ ଖାତା ମାଧ୍ୟମ, ହାତରେ ମଧ୍ୟ ଦିଆଯାଉଛି । କିନ୍ତୁ ସରକାରଙ୍କ ଏହି ଟଙ୍କାକୁ ଲୁଟିବାରେ ଲାଗିଛନ୍ତି ମେଡିକାଲ ବିଭାଗ । ଯାହାକି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଅନିୟମତା । ଆଗରୁ ଦାୟିତ୍ୱରେ ଥିବା ବ୍ଳକ ଆକାଉଂଟ ଅଫିସର ବିଜୟ କୁମାର ଗୌଡଙ୍କ ଦାୟିତ୍ୱ ବେଳେ ୩୦୦ ଗର୍ଭବତୀ ମହିଳାଙ୍କ ଖାତାକୁ ଯାଇନାହିଁ ୧୫ଶହ ଟଙ୍କା ଲେଖାଏଁ । ବର୍ତମାନ ମଧ୍ୟ ସେହି ଅବସ୍ଥା ଯାହାକି ୯୦ରୁ ଉର୍ଦ୍ଧ ମହିଳାଙ୍କ ଖାତାକୁ ଯାଇନି ୧୫୦୦ ଟଙ୍କା ଲେଖାଏଁ । ଏଠି ମେଡିକାଲର ଭୁଲ ନା ବ୍ୟାଙ୍କର ଭୁଲ ତାହା ତଦନ୍ତ କରି ତୁରନ୍ତ ବକେୟା ରାଶି ଗର୍ଭବତୀ ମହିଳାଙ୍କ ପ୍ରଦାନ କରାଯାଉ ବୋଲି ଗର୍ଭବତୀ ମହିଳାମାନେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ