ପଥପ୍ରାନ୍ତ ଭ୍ରାମ୍ୟମାଣ ଖାଉଟି ସଚେତନତା କାର୍ଯ୍ୟକ୍ରମ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକର ନାଉଗାଁ ବଜାର ଠାରେ ରବିବାର ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ବୈଧ ମାପ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ରସା ଓ ଏନଏସଓ ଉପଭୋକ୍ତା ସୁରକ୍ଷା ଅଭିଯାନ ସହାୟତାରେ ପଥପ୍ରାନ୍ତ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଖାଉଟି ମାନେ ଠକେଇ ର ଶିକାର ହେଲେ କେଉଁଠି ଅଭିଯୋଗ କରିବେ ସେ ବିଷୟରେ ସଚେତନ କରାଯାଇଥିଲା । ଏଥିରେ କ୍ଷତିଗ୍ରସ୍ତ ଯେ କୌଣସି ଉପଭୋକ୍ତା କାହାର ସହାୟତା ନ ନେଇ ଖାଉଟି ଅଦାଲତାରେ ଅଭିଯୋଗ କରି ପାରିବେ । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିଥିବା ଖାଉଟିଙ୍କୁ ଖାଉଟି ସୁରକ୍ଷା ଅଦାଲତରେ କୌଣସି ଦେୟ ଦେବାକୁ ପଡି ନଥାଏ ଆଦି ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ ଉପସ୍ଥିତ ଥିବା ବେଳେ ରସା ସେଛାସେବୀ ସଂଗଠନର ସଂପାଦକ ନିରଂଜନ ବାରିକ, ଉପଭୋକ୍ତ ସରୁକ୍ଷା ଅଭିଯାନର ସଂପାଦକ ଗୋବିନ୍ଦ ଓଝା, ରାଜ୍ୟ ମହିଳା ସଂଗଠନର ସଂଯୋଜିକା ତଥା ବରିଷ୍ଠ ସଦସ୍ୟା ବିଜୟଲକ୍ଷ୍ମୀ ମହାପାତ୍ର ଆଦି ପରିଚାଳନା କରିଥିଲେ ।