ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କୁ ଶିକ୍ଷକ ଓ ଅଭିଭାବକ ମହଲରେ ସ୍ୱାଗତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଏଣିକି ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସରକାରୀ ମେଡିକାଲ କଲେଜ ଓ ଇଞ୍ଜିନିୟରିଂ କଲେଜରେ ପ୍ରବେଶ ପାଇଁ ମିଳିବ ସ୍ୱତନ୍ତ୍ର ସଂରକ୍ଷଣ। ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏ ଖବର ମିଳିବା ପରେ କନ୍ଧମାଳ ଜିଲ୍ଲାର ସମସ୍ତ ସରକାରୀ ଉଚ୍ଚବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ଜଣାପଡିବା ପରେ କନ୍ଧମାଳ ଜିଲ୍ଲା ଫୁଲବାଣୀର ପ୍ରମୁଖ ଶିକ୍ଷାନୁଷ୍ଠାନ ଏଜେଓ ଉଚ୍ଚବିଦ୍ୟାଳୟରେ ଏକ ବୈଠକର ଆୟୋଜନ କରାଯାଇ ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।ଆଜିର ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେବ ବୋଲି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନ, ବରିଷ୍ଠ ଶିକ୍ଷୟିତ୍ରୀ କଲ୍ଲୋଳିନୀ ଆଚାର୍ଯ୍ୟ, ପ୍ରମିଳା କୁମାରୀ ସିଂ, ସମୀରା ସାହୁ, ମନୋରଞ୍ଜନ ପାଢୀ, ଶିକ୍ଷୟିତ୍ରୀ ସୁଭସ୍ମିତା ପଟ୍ଟନାୟକ ଏବଂ ପଦ୍ମାଳୟା ବେହେରା ଓ ଅନ୍ୟମାନେ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ