ସମ୍ମାନିତ ହେଲେ ପୂଜ୍ୟପୂଜା ପ୍ରାଣ ଯନ୍ତ୍ରୀ ପ୍ରିୟରଞ୍ଜନ ଜେନାଙ୍କୁ ଚକ୍ରଧର ବେହେରା ସ୍ମୃତି ସମ୍ମାନ

ଭୁବନେଶ୍ୱର,(ୱାଇଏନ୍ଏସ୍): କନିକା ପ୍ରଜା ଆନ୍ଦୋଳନର ପ୍ରମୁଖ କାଣ୍ଡାରି, ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ, ଚିର ବନ୍ଦନୀୟ କବି, ସଂଗ୍ରାମୀ, ରାଜନୀତିଜ୍ଞ ଚକ୍ରଧର ବେହେରାଙ୍କ ୪୮ତମ ଶ୍ରାଦ୍ଧଦିବସ ତାଙ୍କ ପ୍ରତିମୂର୍ତି ୟୁନିଟ୍ -୮ ଠାରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଚକ୍ରଧର ବେହେରା ସ୍ମୃତି ସଂସଦ ଓ ଉତ୍କଳ ଯାଦବ ସାଂସ୍କୃତିକ ଶାଖା ପକ୍ଷରୁ ପାଳିତ ହୋଇଯାଇଛି । ବିଶିଷ୍ଟ ସ୍ତମ୍ଭକାର ଗୌରହରି ଦାସଙ୍କ ପୌରହିତ୍ୟରେ ଓ ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ବ୍ୟୋମକେଶ ରାୟ, ପ୍ରଶାନ୍ତ ବେହେରା, ପୂର୍ବତନ ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର, ଅଖିଳ ଭାରତ ଯାଦବ ମହାସଭା ସାଧାରଣ ସଂପାଦକ ପ୍ରଫୁଲ୍ଲ କୁମାର ଦାସ, କ୍ରୀଡ଼ା ପ୍ରଶିକ୍ଷକ ବିଭୂତି ଭୂଷଣ ବେହେରା, ଭୁବନେଶ୍ୱର ଆବହକ ନରହରି ସେଠୀ, ପୂର୍ବତନ କର୍ପୋରେଟର ଜ୍ୟୋସ୍ନା ରାଉତରାୟ ପ୍ରମୁଖ ଉପସ୍ଥିତ ରହି ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ସେ ଜଣେ ମେଧାବୀ ଛାତ୍ର ସହିତ ସ୍ୱାଧୀନତା ଆନ୍ଦୋଳନ, କନିକା ପ୍ରଜାଙ୍କ ବିଶେଷ ଅଧିକାର ପ୍ରତି ଧ୍ୟାନ ଦେବା ସହିତ ସାହିତ୍ୟ, ସାମ୍ବାଦିକତା ତଥା ଜଣେ ରାଜନୀତିଜ୍ଞ ଭାବେ ତାଙ୍କର ପ୍ରତିଭା ଆଜିର ଯୁବପୀଢ଼ୀଙ୍କୁ ପ୍ରେରଣା ପ୍ରଦାନ କରିବା ବୋଲି ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଡାଲ୍‌ଖାଇ ଓଡ଼ିଶୀ ସଂକୀର୍ତନ ମହାମଣ୍ଡଳୀର ମହନ୍ତ ସ୍ୱର୍ଗତଃ ପ୍ରଦୀପ କୁମାର ଜେନାଙ୍କ ପୁତ୍ର ଯନ୍ତ୍ରୀ ପ୍ରିୟରଞ୍ଜନ ଜେନାଙ୍କୁ ମରଣୋତର ଚକ୍ରଧର ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବା ସହିତ ସ୍ମୃତି କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା । ରାଜ୍ୟ ସରକାରଙ୍କୁ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ମହାପୁରୁଷମାନଙ୍କ ପ୍ରତିମୂର୍ତି ଉପରେ ଛତ୍ରୀ ସ୍ଥାପନ ଓ ସୁରକ୍ଷା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିଥିବାରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଂଯୋଜକ ନାରାୟଣ ଓଝା, ପୂଜ୍ୟପୂଜା ପ୍ରାଣ ଲକ୍ଷ୍ମୀଧର ବେହେରା, ପ୍ରତାପ ରାଉତରାୟ, ନିଲୁ ଖୁଂଟିଆ, ସଂଯୁକ୍ତା ଭୂତିଆ, ପୂର୍ଣ୍ଣିମା ବେହେରା, ସୁରେନ୍ଦ୍ର ନାଥ ଛୋଟରାୟ, ଜ୍ୟୋସ୍ନା ସାହୁ, ତନ୍ମୟ ସାମନ୍ତରାୟ, ବି. ମୂରଲୀଧର, ଡ. ଅସିତ୍ ଦାସ, ସୁରେଶ କୁମାର ମାଝୀ, ସୁମନ୍ତ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ