ନଗର ବିଜେଡି ସଂପାଦକଙ୍କ ବ୍ୟାନର ଚୋରୀ
ପାରାଦୀପ,(ପୀତବାସ ପ୍ରଧାନ): ପାରାଦୀପ ନଗର ବିଜେଡି ସଂପାଦକ ତଥା ପୌରପାଳିକାର ପୂର୍ବତନ ପାରିଷଦ ଶଂକର ପ୍ରସାଦ ରାଉତଙ୍କ ନୂଆବର୍ଷ ଅଭିନନ୍ଦନ ବ୍ୟାନର ଚୋରୀ ହୋଇଥିବା ନେଇ ପାରାଦୀପ ଆଦର୍ଶ ଥାନାରେ ଗୁରୁବାର ଦିନ ଅଭିଯୋଗ ହୋଇଛି । ନୂଆବର୍ଷ ପାଇଁ ପାରାଦୀପ ଅଂଚଳର ବିଭିନ୍ନ ଶ୍ରମିକ ସଂଗଠନ, ରାଜନୈତିକ ଦଳ ଓ ବ୍ୟବସାୟିକ ଅନୁଷ୍ଠାନ ନୂଆବର୍ଷ ୨୦୨୧ ଉପଲକ୍ଷେ ଅଭିନନ୍ଦନର ବାର୍ତ୍ତା ସହ ବଡବଡ ବ୍ୟାନର ଟାଙ୍ଗିଥିଲେ । ଏହି କ୍ରମରେ ପାରାଦୀପ ନଗର ବିଜେଡି ର ନବ ଗଠିତ କମିଟିରେ ସାଧାରଣ ସମ୍ପାଦକ ଦାୟିତ୍ୱ ନେଇଥିବା ଶଂକର ପ୍ରସାଦ ରାଉତ ନିଜର ଏକ ଅଭିନନ୍ଦନ ବାର୍ତ୍ତା ସହ ବ୍ୟାନରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ମାନ୍ୟବର ମୁଖ୍ୟମନ୍ତ୍ରୀ ପଟ୍ଟନାୟକ, ମାନ୍ୟବର ଜଳ ସଂପଦ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ରଘୁନନ୍ଦନ ଦାସ, ମାନ୍ୟବର ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ମାନ୍ୟବର ବିଧାୟକ ଜଗତ୍ସିଂହପୁର ପ୍ରଶାନ୍ତ କୁମାର ମୁଦୁଲି, ବିଧାୟକ ସମ୍ବିତ ରାଉତରାୟ, ପାରାଦୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ୱାଳଙ୍କ ଫଟୋ ସହ ଶଂକରଙ୍କର ଫଟୋ ଏହି ବ୍ୟାନରରେ ସ୍ଥାନିତ ହୋଇଥିଲା । ପାରାଦୀପ ଆଦର୍ଶ ଥାନା ଅଧିକାରୀ ରଜନୀ କାନ୍ତ ସାମଲ ସିସିଟିଭି ଫୁଟେଜ୍ ଦେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସମ୍ପାଦକ ଶ୍ରୀ ରାଉତ କହିଛନ୍ତି ।


