ନିମାପଡ଼ା ସାହିତ୍ୟ ସଂସଦର ସପ୍ତମ ବାର୍ଷିକୋତ୍ସବ

ଭୁବନେଶ୍ୱର,(ୱାଇଏନ୍ଏସ୍): ନିମାପଡ଼ା ସାହିତ୍ୟ ସଂସଦର ସପ୍ତମ ବାର୍ଷିକ ଉତ୍ସବ ସଂସଦର ସଭାପତି ବରିଷ୍ଠ ଅଧିବକ୍ତା ଶୁଭେନ୍ଦୁ ରାଉତରାୟଙ୍କ ପରିଚାଳନାରେ ଭୁବନେଶ୍ୱରସ୍ଥିତ ସାମନ୍ତରାପୁର ଦିବ୍ୟ ମୁଦ୍ରଣୀ ସାରସ୍ୱତ ମୁକ୍ତ ଚିନ୍ତନ ମଞ୍ଚ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।ସଂସଦର ଉପଦେଷ୍ଟା ତଥା ଭାରତ ସରକାରଙ୍କ ଅଧିନସ୍ଥ ଶାସ୍ତ୍ରୀୟ ଓଡ଼ିଆ ଭାଷା ଅଧ୍ୟୟନ କେନ୍ଦ୍ର ନିର୍ଦ୍ଦେଶକ ବିଶିଷ୍ଟ ସମାଲୋଚକ ପ୍ରଫେସର ବସନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ କିସ୍ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡ. ପ୍ରମୋଦିନୀ ଜେନାଙ୍କ ସମ୍ପାଦିତ ତଥା ନିମାପଡ଼ା ସାହିତ୍ୟ ସଂସଦ ଦ୍ୱାରା ପ୍ରକାଶିତ ଓ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରିବେଶ ପାଇଁ ସମର୍ପିତ ‘ନିମାପଡ଼ାପତ୍ର’ର ସ୍ୱତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରି ଅଧ୍ୟାପକ ବିଶ୍ୱରଞ୍ଜନ କହିଲେ ଯେ, ପ୍ରତ୍ୟେକ ଅଞ୍ଚଳର ସାହିତ୍ୟିକମାନେ ନିଜ ନିଜକୁ ବିକଶିତ କରିବା ସହ ନିଜ ଅଞ୍ଚଳର ସାହିତ୍ୟ, କଳା ଓ ସଂସ୍କୃତିକୁ ଲୋକଲୋଚନକୁ ଆଣି ବିଶ୍ୱବାସୀଙ୍କ ସମ୍ମୁଖରେ ଉପସ୍ଥାପନା କରିବା ଆବଶ୍ୟକ ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ନାଟ୍ୟକାର ରମେଶ ଚନ୍ଦ୍ର ଦାସ କହିଲେ, ‘ଯେ ବିଶାଳ କରିପାରେ ସେ ସାଧାରଣ କିନ୍ତୁ ତାକୁ ଯିଏ ଅଣୁରେ ପରିଣତ କରିପାରେ ସେ ଅସାଧାରଣ ।’ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସଂଳାପ ଲେଖକ ଅଧ୍ୟାପକ ଡ. ରଜନୀ ରଞ୍ଜନ ଦାସ ପ୍ରତ୍ୟେକ ଲେଖା ଅନୁଭବସିଦ୍ଧ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ ।ପରେ ପରେ ବିଶିଷ୍ଟ କବି ଉମାକାନ୍ତ ରାଉତ (ଅରୁପ)ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କବିତା ଆସରରେ ମୁଖ୍ୟ ଅତିଥି ଭାବେ ସଚିବାଳୟ ଲେଖକ ପରିଷଦ କତ୍ତୃକ ‘ପାହାଚ’ର ସମ୍ପାଦକ କମଳ କୁମାର ମହାନ୍ତି, ମୁଖ୍ୟବକ୍ତା ଭାବେ କବି ପୂର୍ଣ୍ଣଚନ୍ଦ୍ର ମହାରଣା, ସମ୍ମାନିତ ଅତିଥି ଭାବେ କବି ଦୁର୍ଗା ଷଡ଼ଙ୍ଗୀ, ବିନୟ ପାଣିଗ୍ରାହୀ, ଅଧିବକ୍ତା ଶ୍ରୀମନ୍ତ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଳେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ସୁଧାଂଶୁବାଳା ସାହୁ, ରାମହରି ମହରଣା, ଲିପ୍‌ସା ଆଚାର୍ଯ୍ୟ, କଳିଙ୍ଗ ପ୍ରହରୀ ସମ୍ପାଦକ ଶଶାଙ୍କ ମହାନ୍ତି, ଗବେଷିକା କଲ୍ୟାଣୀ ଭୋଇଙ୍କ ସମେତ ୪୦ଜଣ କବି ଯୋଗ ଦେଇ ନିଜ ନିଜର କବିତା ଆବୃତ୍ତି କରିଥିଲେ । ଦିବ୍ୟ ମୁଦ୍ରଣୀ ସାରସ୍ୱତ ମୁକ୍ତ ଚିନ୍ତନ ମଞ୍ଚର ସମ୍ପାଦକ ବିଭୂ ପ୍ରସୁନ୍ ଦାସ, ଦିବ୍ୟ ବିହାର ଉନ୍ନୟନ ପରିଷଦର ସମ୍ପାଦକ ଅଧିବକ୍ତା ନବକିଶୋର ପରିଡ଼ା, ଅଧିବକ୍ତା ଶରତ ଆଚାର୍ଯ୍ୟ, ପ୍ରସ୍ପୁଜିତ ପରିଡ଼ା, ସରୋଜ କୁମାର, ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ନିମାପଡ଼ା ସାିହତଁ ସଂସଦର ସହ ସମ୍ପାଦକ ବିଶିଷ୍ଟ କବି ଗୁଣନିଧି ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ