ଗାୟତ୍ରୀ ପୀଠ ରେ ଦାନ ଶିବିର
ରମ୍ଭା ,(ଯୁଗାବ୍ଦ ନ୍ୟୁଜ୍):ଗାୟତ୍ରୀ ପରିବାର, ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତି, ଶ୍ରୀ ଜଗନ୍ନାଥ କଳିଙ୍ଗ ବୈଶ୍ୟ ଯୁବକ, ମହିଳା ସଙ୍ଘ, ଓ ଆମ ପୋଲିସି ମିଳିତ ଅନୁକୂଲ୍ୟାରେ ରମ୍ଭା ସ୍ଥିତ ଗାୟତ୍ରୀ ପୀଠ ରେ ଶନିବାର ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ଗୋକଲ୍ୟାଣ ସମିତିର ମୁଖ୍ୟ ସଂଯୋଜକ ପଞ୍ଚାନନ ଖଟୁଆ ଙ୍କ ସଂଯୋଜନା ରେ ଅନୁଷ୍ଠିତ ରକ୍ତ ଦାନ ଶିବିରକୁ ଗାୟତ୍ରୀ ପରିବାର ର ପରିବ୍ରାଜକ ଦାମୋଦର ନାହାକ, ବଳରାମ ମହାପାତ୍ର ଙ୍କ ବେଦପାଠ ରେ ମୁଖ୍ୟ ଅତିଥି ରୂପେ ଆଇ .ଆଇ.ସି କୃଷ୍ଣ ଚନ୍ଦ୍ର ସେଠୀ ଯୋଗ ଦେଇ ଉଦଘାଟନ କରିଥିଲେ । ସଂମ୍ମାନ ଅତିଥି ରୂପେ ବିଶିଷ୍ଟ ସମାଜସେବୀ ସୁବାସ ପଣ୍ଡା, ରମ୍ଭା ବନ୍ୟ ପ୍ରାଣୀ ଅଧିକାରୀ ନଗେନ କୁମାର ପଣ୍ଡା, ରମ୍ଭା ସରକାରୀ ମେଡିକାଲ ର ଆୟୁଷ ଡାକ୍ତର ନିବେଦିତା ବକ୍ସସି ରାୟ, ଯୋଗଦେଇ ଥିଲେ । ଏଥିରେ ବିଶ୍ୱ ଗୋକଲ୍ୟାଣ ସମିତିର ବିରଞ୍ଚି ନାହାକ, ସୁରେନ୍ଦ୍ର ସାହୁ, ଉମକାନ୍ତ ସାହୁ, କୃଷ୍ଣଚନ୍ଦ୍ର ନାହାକ, କୃଷ୍ଣଚନ୍ଦ୍ର ବେହେରା, ଶେଷ ଦେବ ବେହେରା, ରବିନାରାୟଣ ସେନାପତି, ” ଭରସା” ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀ, କଳିଙ୍ଗ ବୈଶ୍ୟ ସଙ୍ଘ ର ରାମ ପ୍ରସାଦ ସେନାପତି , ସାମ୍ବାଦିକ ସୁରଜିତ ବେହେରା, ନିଳାଞ୍ଚଳ ସେନାପତି, ସହଦେଵ ଗୌଡ଼, ପ୍ରମୁଖ ଯୋଗଦେଇ ଉସାହିତ କରିଥିଲେ । ବ୍ରହ୍ମପୁର ମେଡିକାଲ ରକ୍ତ ଭଣ୍ଡାର ର ଚିନ୍ମୟ ବେହେରା, ନନ୍ଦ ଗୋପାଳ ଦେଓ, ନାଗଭୂଷଣ ପ୍ରଧାନ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ । ଏଥିରେ ୪୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବିଶ୍ୱ ଗୋକଲ୍ୟାଣ ସମିତି ତରଫରୁ ବର୍ଷ ତମାମ ରକ୍ତ ଦାନ ଶିବିର କରାଯାଉଥିବାରୁ ବିଭିନ ମହଲରୁ ପ୍ରଶଂସା କରାଯାଇଛି ।