ଗଂଜାମ ଦୁର୍ଗା ଦେବୀ ଶକ୍ତି ପୀଠ ର ମହାଷ୍ଟମୀ ରେ ଭକ୍ତ ପ୍ରବଳ ସମାଙ୍ଗମ
ଗଂଜାମ,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ସହର ସ୍ଥିତ ଦୁର୍ଗା ଦେବୀ ସାହି ମା ଦୂର୍ଗା ଦେବୀ ଶକ୍ତି ପୀଠ ରେ ମହାଅଷ୍ଟମୀ ପୂଜା ଉପଲକ୍ଷେ ମାଙ୍କ ଦର୍ଶନ ପାଇଁ ଭକ୍ତ ପ୍ରବଳ ସମାଙ୍ଗମ ହୋଇଥିଲା । ବିଶେଷ କରି ମାଙ୍କ ମହିଷାସୁରମର୍ଦନି ଅଭିନବ ବେଶ ଦର୍ଶନ ଓ ପୋଲସରାର ମା ସିଂହାସିନୀ ଦିବ୍ୟଙ୍ଗ ଭଜନ ସମାରୋହ ର କଣ୍ଠଶିଳ୍ପ ଙ୍କ ଗୀତରେ ଦର୍ଶକ ଝୁମିଥିଲେ ।ନଅ ଦିନ ବ୍ୟାପୀ ନବରାତ୍ର ପୂଜାରେ ଆଜି ମହାଅଷ୍ଟମୀ ରେ ମା ମହିଷାସୁର ମର୍ଦନି ରୂପରେ ଭକ୍ତ ଙ୍କୁ ଦର୍ଶନ ଦେଥିଲେ, ।ପଣ୍ଡିତ ପ୍ରକାଶ ଚନ୍ଦ୍ର ଦାଶ, ହରିହର ଶତପଥି, ଙ୍କ ତତ୍ୱା ବାଧାନରେ ହୋମ, ଚଣ୍ଡୀ ପାଠ ହୋଉଥିବା ବେଳେ, ମହା ଆଳତି ପଦ୍ମଚରଣ ପାଢ଼ୀ, କରୁଥିବା ବେଳେ ନିରଞ୍ଜନ ପାଢ଼ୀ ଦ୍ୱାରା ମାଙ୍କ ଅଭିନବ ବେଶ ଭକ୍ତ ଙ୍କୁ ବେଶ ଆକୃଷ୍ଟ କରୁଛି । ନବକୃଷ୍ଣ ମହାପାତ୍ର, କୃଷ୍ଣଚନ୍ଦ୍ର ଦାସ ମାଙ୍କ ପୂଜାରାଧନା କରୁଥିବା ବେଳେ , ପୂଜା କମିଟି ତରଫରୁ ବିଭିନ୍ନ ଆୟୋଜନ କାରାଯାଇଛି ।ଗଂଜାମ ଥାନା ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା ।


