କରୋନା କଟକଣା ଉଲ୍ଲଘଂନ : ରାସ୍ତାରେ ନାଚି ୫ ହଜାର ଦେଲେ ଜୋରିମାନା
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା କଟକଣା ଉଲ୍ଲଘଂନ କରିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ଓ ତହସିଲଦାର କଳାକୃଷ୍ଣ ପ୍ରଧାନ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୮ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଆଜି କିରୀକୁଟି ସ୍ଥିତ ଏମୁ ପକ୍ଷୀ ପାର୍କରେ ଅଚାନକ ଭାବେ ଚଢଉ କରି ଜୋରିମାନା ଆଦାୟ ହୋଇଥିବା ବେଳେ ସିମନବାଡ଼ି ବଜାରେ ନିକଟରେ କିଛି ଯୁବକ ଭୋଜି କରି ଫେରିବା ବେଳେ ଗାଡ଼ିରେ ଡ଼ିଜେ ବଜାଇ ରାସ୍ତା ଉପରେ ନାଚୁଥିବାରୁ ୫ ହଜାର ଟଙ୍କା ଜୋରିମାନା ଗଣିଛନ୍ତି । ସେହିପରି ଦାରିଙ୍ଗବାଡ଼ି ଥାନା ପକ୍ଷରୁ ମଧ୍ୟ ବଜାର ଉପରେ ତୁହାକୁ ତୁହା ଚଢ଼ଉ କରାଯାଇ ବିନା ମାକ୍ସରେ ବୁଲୁଥିବା ବ୍ୟକ୍ତିଙ୍କ ଠାରୁ ୩ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି ।


