ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ସଂଗ୍ରାମ କେଶରୀ ମହାପାତ୍ର ପୁନର୍ବାର ଦାୟିତ୍ବ ନେଲେ
ଜଗତସିଂହପୁର,(ଅନସୂୟା ରାଉତ): ଜିଲ୍ଲାର ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ବଦଳି ହେବା ହୋଇଛନ୍ତି। ତାଙ୍କ ସ୍ଥାନରେ ଜଗତସିଂହପୁର ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପୁନର୍ବାର ଜିଲ୍ଲାପାଳ ଭାବେ ନିଯୁକ୍ତି କରାଯାଇଛି। ପ୍ରକାଶ ଥାଉକି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଉପନିର୍ବାଚନ ସମୟରେ ଶ୍ରୀଯୁକ୍ତ ମହାପାତ୍ରଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ବ ପ୍ରଦାନ କରାଯାଇଥିଲା। କାରଣ ଶ୍ରୀଯୁକ୍ତ ମହାପାତ୍ରଙ୍କ ଘର ତିର୍ତ୍ତୋଲ ଶଙ୍ଖେଶ୍ବର ଅଟେ। ଶ୍ରୀଯୁକ୍ତ ମହାପାତ୍ର ଜଗତସିଂହପୁର ଜିଲ୍ଲାର ଦାୟିତ୍ବ ଗ୍ରହଣ କଲାପରେ ଜିଲ୍ଲାର ସରକାରୀ କାର୍ଯ୍ୟାଳୟ ଗୁଡିକରେ ଏକ ବୈପ୍ଳବିକ ପରିବର୍ତ୍ତନ ହୋଇଥିଲା। ରାସ୍ତାଘାଟ, ବିଭିନ୍ନ ଉନ୍ନୟନ କାର୍ଯ୍ୟ ତ୍ବରାନ୍ବିତ ବେଗରେ ଚାଲିଥିଲା। ମା ଶାରଳାଙ୍କ ପୀଠର ଉନ୍ନତି ନିମନ୍ତେ ତାଙ୍କର ପଦକ୍ଷେପ ଆକର୍ଷଣୀୟ ଥିଲା। ଶ୍ରୀଯୁକ୍ତ ମହାପାତ୍ର ଏକାଧାରରେ ଜଣେ ସାହିତ୍ୟିକ ,ସୁପ୍ରଶାଶକ ଭାବେ ଅନେକ କୃତିତ୍ୱ ପ୍ରଦର୍ଶନ କରିଥିବା ବେଳେ ସଂଗୀତ ଓ କଳାକ୍ଷେତ୍ରରେ ତାଙ୍କର ରୁଚି ଥିଲା। ଏବେ ଜିଲ୍ଲାର ପ୍ରତି କ୍ଷେତ୍ରରେ ଶ୍ରୀଯୁକ୍ତ ମହାପାତ୍ରଙ୍କୁ ସ୍ବାଗତ କରାଯାଇଛି।


