ଡଃ.ଚିରଞ୍ଜୀବ ପଣ୍ଡାଙ୍କ ରଚିତ ୨ଟି ଆଇନ ପୁସ୍ତକ ଲୋକାର୍ପିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟର ଅଧ୍ୟାପକ ଡକ୍ଟର ଚିରଞ୍ଜୀବି ପଣ୍ଡାଙ୍କ ରଚିତ ୨ଟି ଆଇନ ପୁସ୍ତକ “ରେପ ଆନ ଆନାଲିଟିକାଲ ବୁକ” ଓ “ଅକୁପେସନାଲ ହେଲଥ ଅଫ ଇଣ୍ଡିଆନ ଅନ ଅର୍ଗାନାଇଜଡ ୱାର୍କରସ ”ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଅବସରପ୍ରାପ୍ତ ଜିଲ୍ଲା ଦୈାରାଜଜ କୁଞ୍ଜ ବିହାରୀ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁସ୍ତକ ଦୁଇଟିକୁ ଉନ୍ମୋଚନ କରିବା ସହ ଏହି ପୁସ୍ତକ ଦୁଷ୍କର୍ମ ପିଡିତା ଏବଂ ଅଣସଂଗଠିତ ଶ୍ରମିକମାନଙ୍କ ଅଧିକାର ପାଇଁ ବେଶ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଉତ୍ସବରେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ପବ୍ଲିକ ପ୍ରସିକ୍ୟୁଟର ତଥା ବରିଷ୍ଠ ଆଇନଜୀବି ଭୀମସେନ ଭୂୟାଁ ଯୋଗଦେଇ ପୁସ୍ତକ ଦୁଇଟି ଛାତ୍ରଛାତ୍ରୀ ଏବଂ ଆଇନସେବାକୁ ବୃତ୍ତି ଭାବେ ଗ୍ରହଣ କରୁଥିବା ଆଇନଜୀବିମାନଙ୍କ ପାଇଁ ଉପାଦେୟ ହେବ ବୋଲି ବକ୍ତବ୍ୟ ରଖିଥିଲେ । ପ୍ରାକ୍ତନ କଲେଜ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ପୁସ୍ତକ ୨ଟିର ସମୀକ୍ଷା କରିଥିଲେ । ବରିଷ୍ଠ ସାମ୍ବାଦିକ ଆଶିଷ ସେନାପତିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ପୁସ୍ତକ ରଚୟିତା ଡଃ.ଚିରଞ୍ଜୀବି ପଣ୍ଡା ଲେଖକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଧରିତ୍ରୀ ପାଣିଗ୍ରାହୀ ମଂଚ ପରିଚାଳନା କରିଥିଲେ । ପ୍ରାରମ୍ଭରେ କ୍ଷୀତିଶ କୁମାର ସିଂ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କବି ତଥା ଆଇନଜୀବି ବିଭୂତି ଭୂଷନ କର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ବହୁ ଛାତ୍ରଛାତ୍ରୀ, ବୁଦ୍ଧିଜୀବି ଓ ଆଇନଜୀବିମାନେ ଯୋଗଦେଇଥିଲେ ।