ଏଥର ପ୍ରଥମ କରୱାଚୌଥ ପାଳିବେ ଏହି ବଲିଉଡ୍ ସେଲିବ୍ରିଟି
ଚଳିତ ବର୍ଷ ଅକ୍ଟାବର ୧୭ରେ ପଡୁଛି କରୱାଚୌଥ ବ୍ରତ । ଏହା ହିନ୍ଦୁ ମହିଳାଙ୍କ ପାଇଁ ଏକ ବିଶେଷ ବ୍ରତ ବୋଲି କୁହାଯାଏ । କାରଣ ଏହିଦିନ ବିବାହିତାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଉପବାସ ରଖିଥାଆନ୍ତି । ବଲିଉଡରେ ମଧ୍ୟ ଏହି କରୱାଚୌଥକୁ ନେଇ କିଛି କାହାଣୀ ଦେଖିବାକୁ ମିଳେ । ଏଥର ସେମିତି କିଛି ବଲିଉଡ୍ ସେଲିବ୍ରିଟି ରିୟଲ ଲାଇଫରେ ପ୍ରଥମ କରି କରୱାଚୌଥ ବ୍ରତ ପାଳନ କରିବାକୁ ଯାଉଛନ୍ତି । ଦୀପିକା ପାଦୁକାନ ଓ ରଣବୀର ସିଂ ଗତ ବର୍ଷ ନଭେମ୍ବର ୧୪-୧୫ରେ ବିବାହ କରିଥିବା ବେଳେ ଏଥର ଦୀପିକା ପ୍ରଥମ କରି କରୱାଚୌଥ ବ୍ରତ ରଖିବେ ବୋଲି ଜଣାପଡିଛି । ସେମିତି ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ମଧ୍ୟ ପ୍ରଥମ ଥର ଲାଗି କରୱାଚୌଥ ବ୍ରତ ପାଳନ କରିବେ । ୨୦୧୮ରେ ନିକ୍ ଜୋନସ୍ଙ୍କ ହାତ ଧରିଥିବା ପ୍ରିୟଙ୍କା ଏବେ ପ୍ରଥମ ଥର ଲାଗି ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରିବାକୁ ଯାଉଛନ୍ତି । କମେଡି କିଙ୍ଗ କପିଲ ଶର୍ମାଙ୍କ ହାତ ଧରିଥିବା ଗିନ୍ନିଙ୍କର ମଧ୍ୟ ଏହା ପ୍ରଥମ କରୱାଚୌଥ । କାରଣ ଏମାନେ ଗତ ଡିସେମ୍ବରରେ ବିବାହ କରିଥିଲେ । ନୁସରତ ଜହାଁ ଓ ନିଖିଲ ଜୈନଙ୍କ ବିବାହ ଚଳିତ ବର୍ଷ ହୋଇଥିବା ବେଳେ ଏହା ଖୁବ୍ ଚର୍ଚ୍ଚାକୁ ଆସିଥିଲା । ଆଉ ଏବେ ନୁସରତ ହିନ୍ଦୁ ରୀତିନୀତି ଅନୁଯାୟୀ କରୱାଚୌଥ ପାଳନ କରିବେ । ପୂଜା ବତ୍ରା ଓ ନବାବ ଶାହଙ୍କ ବିବାହ ଚଳିତ ବର୍ଷ ଜୁଲାଇ ମାସରେ ହୋଇଥିବା ବେଳେ ପୂଜା ଏଥର ତାଙ୍କ ପ୍ରଥମ କରୱାଚୌଥ ପାଳନ କରିବେ ବୋଲି ଜଣାପଡିଛି ।


