ରାଜ୍ୟ ଆଇନ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଚିକିଟି,(କୁରେଶୁ ସାହୁ): ଗଂଜାମ ଜ଼ୀଲ୍ଲା ଅନ୍ତର୍ଗତ କେ ନୂଆଗାଁ ଥାନା ଆଗରେ ଚିକିଟି ନିର୍ବାଚନ ମଣ୍ଡଳୀର ଭାଜପା ଦଳ ର କର୍ମକର୍ତ୍ତା ମାନେ ଆଜି ପୂର୍ବାହ୍ନରେ ଏକ ରାଲି ବାହାର କରି ଆଇନ ମନ୍ତ୍ରୀ ପ୍ରତାପ ଜେନା ଙ୍କ କୁଶପୁତଳିକା ଦାହ କରିଥିଲେ lରାଜ୍ୟରେ ଶାସକ ଦଳର ଗୁଣ୍ଡାଗିରି ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ କେନ୍ଦ୍ର ସରକାରଙ୍କ ଦ୍ୱlରା ପ୍ରଦତ୍ତ ଜନହିତକର ଯୋଜନା କିପରି ରାଜ୍ୟ ସରକାର ବାଟବଣା କରି ନିଜ ଦଳର ନାମରେ କରାଯାଇଛି l ଏହି ଯୋଜନା ରେ ବ୍ୟlପକ ବାଟ ବଣl କରାଯାଇ ଦଳୀୟ କର୍ମୀ ମାନକୁ ଫାଇଦା ଯୋଗାଡ଼ କରିବାରେ ଲାଗିଛନ୍ତି l ଏହି ସବୁ ଯୋଜନାର ଯଉଁ ଦୃନୀତି ଚାଲୁ ଅଛି ଏହାକୁ ଲୋକଲୋଚନ କୁ ଯଉଁ ମାନେ ଆଣିଛନ୍ତି ସେମାନଙ୍କୁ ଜୀବନରେ ମାରିବାକୁ ବିଜେଡ଼ି ଦଳର ଗୁଣ୍ଡl ମାନେ ପଛାଉ ନାହାନ୍ତି l ଗତ ଦୁଇ ଦିନ ତଳେ ମହଙ୍ଗା ବ୍ଲକ ର କୁଳ ମଣୀ ବରାଳ ଏହି ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ବାକୁ ଯାଇ ଜୀବନ ହାରି ଥିଲେ l ମଡ଼ର କରିଥିବା ବ୍ୟକ୍ତି ମାନେ ଶାସକ ଦଳର ଏବଂ ତାଙ୍କୁ ଆଇନ ମନ୍ତ୍ରୀ ନିଜେ ଘଣ୍ଟ ଗୁଡ଼ାଇ ବାରେ ଲଗାଇଛନ୍ତି l ଏଣୁ ଭାଜପl ର ନିର୍ଦେଶ ଅନୁଯାଇ ଓଡିଶା ସାରା ଆଜି ଥାନା ଘେରାଉ କର୍ଯ୍ୟକ୍ରମ କରl ଯାଇଥିଲା l ଆଜି ଚିକିଟି ନିର୍ବାଚନ ମଣ୍ଡଳୀ ର ସହ ସହ ଭାଜପା କର୍ମୀ ରାଜ୍ୟ କlର୍ଯ୍ୟ କାରିଣୀ ସଦସ୍ୟ ମନୋରଞ୍ଜନଦ୍ୟାନ ସମନ୍ତରା ଙ୍କ ଅଧକ୍ଷତାରେ କେ ନୂଆଗାଁ ମୁଖ୍ୟ ରାସ୍ତା ଠାରୁ ଏକ ରାଲି ବାହରକରି ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଓ ଆଇନ ମନ୍ତ୍ରୀ ଙ୍କ ବିରୁଦ୍ଧରେ ନରବାଜି କରି ଥିଲେ ଏବଂ ଆଇନ ମନ୍ତ୍ରୀଙ୍କ ଇସ୍ତାପା ଦାବିକାରୀ ଦଳରୁ ବହିଷ୍କାର ଓ ଗିରଫ ଦାବି କରି ଆଇନ ମନ୍ତ୍ରୀ ଙ୍କ କୁଶପୁତଳିକା ଦାହ କରିଥିଲେ l ଏହି କlର୍ଯ୍ୟକ୍ରମରେ ଚିକିଟି ପୌରାଞ୍ଚଳ ପ୍ରଭାରୀ ଦେବଦତ୍ତ ପଣ୍ଡା, ଜ଼ୀଲ୍ଲା ଯୁବ ମୂର୍ଚ୍ଛା ଉପ ସଭାପତି ପ୍ରିୟରଞ୍ଜନ ବେହରା, ମହିଳା ନେତ୍ରୀ ପୁଷ୍ପାଞ୍ଜଳି ସେଠି, ନାଗଭୁସନ ,ଚିକିଟି ମଣ୍ଡଳ ସଭାପତି ଅନନ୍ତ୍ର ପାଣିଗ୍ରାହୀ, ଓ ନୂଆପଡା ଯୁବ ନେତା ପ୍ରଶାନ୍ତ ଜlନୀ ପ୍ରମୁଖ ଯୋଗ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ