ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରର ମା’ବୀମଳା ମନ୍ଦିର ପୀଠରେ ପୂଜାର୍ଚ୍ଚନା

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌) : ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ଚଳଚଂଚଳ । ରାଇରଙ୍ଗପୁର ଆଖପାଖ ବହଳଦାର ଶକ୍ତିପୀଠ ମାଣିକେଶ୍ୱରୀ ମନ୍ଦିର ,ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରର ମା’ବୀମଳା ମନ୍ଦିର ପୀଠରେ ପୂଜନ ଏବଂ   କୁଚେଇବୁଡି,ପୁରୁଣାଘାଟୀ,ବଜାର,ଅଁଳାଡୁବା,ଇଚିଣ୍ଡା,ସାକିଲାଡିହି,ହାଟବାଦଡା,ତିରିଂ,ଜାମଦା,ବାଦାମପାହାଡ,ଗୋରୁମହିଷାଣି ପ୍ରମୁଖ ପୂଜାମଣ୍ଡପେ ମା’ଙ୍କ ମୃର୍ଣ୍ଣୟ ପୂଜନ,ଆକର୍ଷଣୀୟ ମେଢ,ତୋରଣ,ଆଲୋକସଜ୍ଜା ଦେଖିବାକୁ ଶ୍ରଦ୍ଧାଳୁଙ୍କପ୍ରବଳ ଭିଡି ଲାଗିରହିଥିଲା । ଶ୍ରଦ୍ଧାଳୁଙ୍କ ନବରାତ୍ର ସାତ୍ତ୍ୱିକ ବ୍ରତ,ଉପହାସ ଏକ ଆଧ୍ୟାତ୍ମିକ ପରିବେଶ ପାଇଁ ବାଟ ଫିଟାଇଥିଲା । ଘରର ଆବାଳ ବୃଦ୍ଧି ବନିତା ନବ ବସ୍ତ୍ର ପରିଧାନ କରି ସଂନ୍ଧ୍ୟାରେ ମେଢକୁ ମେଢ ବୁଲି ମା’ଙ୍କ ଆଶୀର୍ବାଦ ନେଇଥିଲେ । ପୂଜା କମିଟି ତରଫରୁ ବିଭିନ୍ନ ସ୍ଥାନରେ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ