ନରେନ୍ଦ୍ରପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ କଲେ ଦୁଇ ଜଣିଆ କାୟାକଳ୍ପ ଟିମ୍
ଛତ୍ରପୁର,(ଦେବଦତ୍ତ ମହାରଣା): ନରେନ୍ଦ୍ରପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୁ ଆଜି ଜିଲ୍ଲା କାୟାକଳ୍ପ ଦୁଇ ଜଣିଆ ଟିମ୍ ପରିଦର୍ଶନ କରି ଔଷଧୀୟ ବଗିଚା ଦେଖି ପ୍ରଶଂସା କରିଛନ୍ତି । ଜିଲ୍ଲା କାୟାକଳ୍ପ ର ଭାବନାଥ ସାହୁ ଓ ସୁନିତା ନାୟକ ଦୁଇ ଜଣିଆ ପ୍ରତିନିଧି ଦଳ କେନ୍ଦ୍ର ପରିସରରେ ଥିବା ଲେବ୍ରୋଟାରୀ ସ୍ୱଚ୍ଛତା,ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବା ସଂପର୍କରେ ଅନୁଧ୍ୟାନ କରିଛନ୍ତି । କେନ୍ଦ୍ର ର କର୍ମଚାରୀ ମାନେ ଆବଶ୍ୟକ ଥିବା ବିଭିନ୍ନ ସମସ୍ୟା ସଂପର୍କରେ ଏହି ପ୍ରତିନିଧି ଦଳଙ୍କ ସହ ଆଲୋଚନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ଟର ସରୋଜବନ୍ଧୁ ମହାପାତ୍ର,ଆୟୁଶ ଡାକ୍ଟର ରାମାନୁଜ ପଟ୍ଟନାୟକ,ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ,ବିପିଏମ୍ ସିମାଂଚଳ ପ୍ରଧା ହେଲ୍ଥ ସୁପରଭାଇଜର କ୍ରିଷ୍ଣା ଚନ୍ଦ୍ର ଜେନା,କବିତାରାଣି ଦାସ ବାବୁ,ସବିତା କୋଠିଆ,ଏମ୍ ମାଧୁରୀ ଓ ପ୍ରମୋଦ କୁମାର ସାହୁ ଙ୍କ ସମେତ ନରେନ୍ଦ୍ରପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି କେନ୍ଦ୍ରରେ ରୋଗୀ ମାନଙ୍କ ରହିବା ବ୍ୟବସ୍ଥା ନଥିବାରୁ ଏଥି ନିମନ୍ତେ ସ୍ଥାନୀୟ ଜନସାଧାରଣ ବହୁବାର ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଯାବତ୍ କୌଣସି କାର୍ଯ୍ୟକ୍ଷମ ହୋଇନାହିଁ । ତେଣୁ ରୋଗୀ ରହି ଉତ୍ତମ ସେବା ସହ ଖାଦ୍ୟ ମିଳିବାର ବ୍ୟବସ୍ଥା କରିବା ନିମନ୍ତେ ସ୍ଥାନୀୟ ବାସିନ୍ଦା ମାନେ ଦାବୀ କରିଛନ୍ତି ।