ଭୀଷ୍ମଗିରି ରେ ପଞ୍ଚାୟତ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୁରୁବାର ଓଡ଼ିଶା ଜୀବିକା ମିଶନ ଏବଂ ଓରମାସ ର ମିଳିତ ଆନୁକୁଲ୍ୟରେ ପଞ୍ଚାୟତ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଳକ ଜୀବିକା ମିଶନ ସଂଯୋଜକ ଆଲୋକ କୁମାର ସାହୁ ଏବଂ ସ୍ଥାନୀୟ ସରପଞ୍ଚ ପିତାମ୍ବର ଗୌଡ ଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଦିଗପହଣ୍ଡି ବିଡ଼ିଓ ହଳଧର ଶବର ମୁଖ୍ୟଅତିଥି ଭାବେ ଯୋଗ ଦେଇ ମେଳା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ମାଧ୍ୟମରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାରେ ଭୀଷ୍ମଗିରି ସମେତ ଫାସୀଗୁଡ଼ା,ସହଦେବ ଟିକରପଡ଼ା ଏବଂ ଚଷାନିମଖଣ୍ଡି ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମର ୮୦ ରୁ ଉର୍ଦ୍ଧ୍ବ ବୟସ୍କ ବେକାର ଯୁବତୀ ଯୁବକ ନାମ ପଞ୍ଜିକରଣ କରିଥିଲେ। ଗ୍ରାମତରଙ୍ଗ, ସିପେଟ୍, ବ୍ଲାକପାନ୍ଥର ,ସାଇ ଏକ୍ସ୍ ପାର୍ଟ, ପ୍ରଭୃତି ବିଭିନ୍ନ କମ୍ପାନୀ ର ବରିଷ୍ଠ ଅଧିକାରୀ ବୃନ୍ଦ ଏହି ନିଯୁକ୍ତି ମେଳାରେ ଉପସ୍ଥିତ ରହି କର୍ମ ସଂସ୍ଥାନ ଆଶାୟୀ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ସହ ସମସ୍ତ ପଞ୍ଜିକୃତ ମାନଙ୍କୁ କର୍ମ ନିଯୁକ୍ତି ପ୍ରଦାନ ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଥିଲେ । ବ୍ଳକ ସାମାଜିକ ସମୀକ୍ଷକ ଶଙ୍କର ମିଶ୍ର, କନିଷ୍ଠ ଯନ୍ତ୍ରୀ ଇଂ.ପ୍ରେମ ରଞ୍ଜନ ମହାପାତ୍ର,ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ସାହୁ, ଟୁନା ରଣା, ଫାଶୀଗୁଡ଼ା ପଞ୍ଚାୟତ ସରପଞ୍ଚ ଦିଲୀପ କୁମାର ସେଠୀ, ଗ୍ରାମ ରୋଜଗାର ସେବକ ବିଦ୍ୟାଧର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।


