ଦିବ୍ୟାଙ୍ଗଙ୍କୁ ସମାଜ ସ୍ରୋତରେ ଆଗେଇ ନେବାକୁ ଜଳସଂପଦ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ଆଗେଇ ଆସିଛନ୍ତି
ଜଗତସିଂହପୁର,(ଅନସୂୟା ରାଉତ): ଆଜି ବାଲିକୁଦା ବ୍ଲକ ପରିସରରେ କେତେକ ଦିବ୍ୟାଙ୍ଗଙ୍କୁ ସମାଜ ସ୍ରୋତରେ ଆଗେଇ ନେବାକୁ ମାନ୍ୟବର ସୂଚନା ଲୋକସମ୍ପର୍କ ଓ ଜଳସଂପଦ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ମହୋଦୟ ଆଗେଇ ଆସି ଅନେକ ପ୍ରଶଂସା ସାଉଟିଛନ୍ତି। ବାଲିକୁଦା ବ୍ଲକର କୁସୁପୁର ପଞ୍ଚାୟତର ରମାକାନ୍ତ ସ୍ବାଇଁଙ୍କୁ ସ୍ବୟଂ ଚାଳିତ ସାଇକେଲ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ସମାଜରେ ଥିବା ସବୁ ପ୍ରକାର ଦିବ୍ୟାଙ୍ଗ ମାନଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ ସହଯୋଗ କରାଯିବ ମାନ୍ୟବର ମନ୍ତ୍ରୀ ସୂଚନା ଦେଇ କହିଛନ୍ତି। ଏହି କାର୍ୟ୍ୟକ୍ରମରେ ବ୍ଲକର ଏବିଡିଓ ସଞ୍ଜୟ କୁମାର ଦାସ, ସମାଜ ସେବୀ ଶ୍ରୀକାନ୍ତ ଦାସ, ସରୋଜ କାନ୍ତ ମହାପାତ୍ର, ବ୍ଲକ୍ଅଧ୍ୟକ୍ଷା ମଧୁସ୍ମିତା ସାହୁ ଓ ବରିଷ୍ଠ ବିଜେଡି ନେତା ଜୟରାମ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ୟ୍ୟପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଦାସଙ୍କୁ ସବୁଦିଗରୁ ଭୂୟସୀ ପ୍ରଶଂସା କରାଯାଇଛି।


