କେନ୍ଦ୍ର ସରକାରଙ୍କ କୃଷକ ବିରୋଧି କଳା ଆଇନ ବାତିଲ ଦାବିରେ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ପକ୍ଷରୁ ଯଶିପୁର ବ୍ଲକ ଘେରାଉ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ତରଫରୁ ଯଶିପୁର ଏସ ୟୁ ସି ଆଇ(କମ୍ୟୁନିଷ୍ଟ) କାର୍ଯ୍ୟାଳୟ ସମ୍ମୁଖରୁ ଏକ ହଜାରରୁ ଉର୍ଦ୍ଧ ଚାଷୀ ଓ ମହିଳା ଏକ ସୁସଜ୍ଜିତ ଲାଲ ପଟୁଆରରେ ଯଶିପୁର ବଜାର ପରିକ୍ରମା କରି ଯଶିପୁର ବ୍ଲକ ଅଫିକୁ ଘେରାଉ କରିଥିଲେ। ସେଠାରେ ସଂଗଠନର ବ୍ଲକ ସଭାପତି ଦୁଖବନ୍ଧୁ ମହାନ୍ତଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଏ ଆଇ କେ କେ ଏମ ଏସ ର ଓଡିଶା ତଥା ଅଲ ଇଣ୍ଡିଆ କମିଟିର ସମ୍ପାଦକ ରଘୁନାଥ ଦାସ ଯୋଗ ଦେଇ ତାଙ୍କ ଭାଷଣ ପ୍ରସଙ୍ଗରେ କେନ୍ଦ୍ର ବିଜେପି ସରକାର ଆଣିଥିବା ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ, ଘରୋଇ ମଣ୍ଡି ଆଇନ ତଥା ଚୁକ୍ତି ଚାଷ ଆଇନ କାର୍ଯକାରୀ ହେଲେ ଚାଷୀ କୁଳର ସର୍ବନାଶ ହେବାସ୍ଥଳେ କୃଷିବ୍ୟବସ୍ଥାରେ କର୍ପୋରେଟକରଣ ହେବବୋଲି ଦର୍ଶାଇବା ସଙ୍ଗେ ସଙ୍ଗେ ଏହା ବିରୋଧରେ ଦୀର୍ଘସ୍ଥାୟୀ ଚାଷୀ ଆନ୍ଦୋଳନ ଗଢିତୋଳିବାକୁ ଆହ୍ବାନ କରିଥିଲେ । ଏହିସଭାରେ ଏସ ୟୁ ସି ଆଇ(କମ୍ମ୍ୟୁନିଷ୍ଟ)ର ପୂର୍ବତନ ବିଧାୟକ କମ୍ରେଡ଼ ଶମ୍ଭୁନାଥ ନାଏକ ଯୋଗଦେଇ ତାଙ୍କ ବକ୍ତବ୍ୟରେ ତିନୋଟି କୃଷକ ବିରୋଧୀ ଆଇନ ତୁରନ୍ତ ବାତିଲ କରିବା ପାଇଁ ଦାବି କରିଥିଲେ । ସେ ତାଙ୍କ ଭାଷଣ ମଧ୍ୟରେ ଖଇରୀ ଭଣ୍ଡନ ବ୍ୟାରେଜ ଅବିଳମ୍ବେ ନିର୍ମାଣ କରିବା ପାଇଁ ମଧ୍ୟ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ପ୍ରକାଶ ମଢ଼େଇ, ବରିଷ୍ଠ ଚାଷୀନେତା ତରୁଣ କୁମାର ପାତ୍ର, ଅର୍ଜୁନ ମହାନ୍ତ, ଶୁଭେନ୍ଦୁ ମୃଗରାଜ ପ୍ରମ୍ମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରମୋଦ ମହାନ୍ତ, ମାହାର୍ଦ୍ଦାପଳସା ପଂଚାୟତ ସରପଞ୍ଚ ରମାକାନ୍ତ ନାଏକ, ରବିନ୍ଦ୍ର ନାଥ ମହାନ୍ତ,ମନୋଜ ମହାନ୍ତ,ଦେବେନ୍ଦ୍ର ଜାମୁଡ଼ା, ତପସ୍ୱିନୀ ନାଏକ ,ସମିତି ସଭ୍ୟ ଜୟନାଥ ମହାନ୍ତ ପ୍ରମ୍ମୁଖ ସଭା ଓ ଶୋଭାଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ। ପାଞ୍ଚ ଦଫା ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ଙ୍କୁ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ