ଗଜପତିରେ ୧୫୪ ହାଇସ୍କୁଲ ଓ ୨୮ଗୋଟି +୨ କଲେଜ ଖୋଲିଲା

ପ୍ରଥମ ଦିନରେ ୬୦%ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥାନ 
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଦୀର୍ଘ ୯ମାସ ପରେ ଆଜି ଠାରୁ ହାଇସ୍କୁଲ ଓ +୨ କଲେଜ ଖୋଲାଯାଇ ପାଠପଢା ଆରମ୍ଭ ହୋଇଛି । ସମଗ୍ର ଗଜପତି ଜିଲ୍ଲାରେ ମୋଟ ୧୫୪ ହାଇସ୍କୁଲ ଓ ୨୮ଗୋଟି +୨ କଲେଜ ଖୋଲିଥିବା ଜଣାଯାଇଛି । ଆଜି ପ୍ରଥମ ଦିନରେ ୬୦%ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥାନ ରହିଥିବା ସୂଚନା ମିଳିଛି । ଗଜପତି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଏହି ସୂଚନା ପ୍ରଦାନ କରି କହିଛନ୍ତି,ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀମାନେ ହାଇସ୍କୁଲ ଓ +୨ କଲେଜକୁ ଆସିଛନ୍ତି । ଜିଲ୍ଲାରେ ମୋଟ ୧୫୪ ହାଇସ୍କୁଲ ଓ ୨୮ଗୋଟି +୨ କଲେଜ ଆଜି ଖୋଲିଯାଇଛି । ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଆଗ୍ରହ ଥିବା ଯୋଗୁଁ ୬୦%ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥାନ ରହିଛନ୍ତି । ଆଗାମୀ ଏକ ସପ୍ତାହ ମଧ୍ୟରେ ସମସ୍ତ ହାଇସ୍କୁଲ ଓ +୨ କଲେଜରେ ଯେପରି ଶତ ପ୍ରତିଶତ ଛାତ୍ରଛାତ୍ରୀ ଉପସ୍ଥାନ ରହିବେ ସେଥି ନେଇ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ