କେବିନକୁ ଧକ୍କାଦେଲା ମାଟି ବୋଝେଇ ଟ୍ରାକ୍ଟର
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଲକ୍ଷ୍ମୀ ବଜାର ଠାରେ ଆଜି ଦିନ ପ୍ରାୟ ୨.୩୦ମି. ସମୟରେ ଏକ ମାଟି ବୋଝେଇ ଟ୍ରାକ୍ଟର ଏକ କେବିନକୁ ଧକ୍କା ଦେବା ଫଳରେ ବାପ ଝିଅ ଦୁଇଜଣ ଆହତ ହୋଇଥିବା ଜଣାଯାଇଛି । ଓଆର୨୨ଏ୨୨୭୫ଟ୍ରାକ୍ଟରଟି ଶିଶୁ ମନ୍ଦିର ପଟୁ ମାଟି ବୋଝେଇ କରି ରହଣିଆ ଗାଁ ମଧ୍ୟକୁ ଆସୁଥିବାବେଳେ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଡ୍ରାଇଭରର ବେପାରୁଆ ଗାଡି ଚାଳନା ଯୋଗୁ ଗାଡିଟି ସିଧା ପାନ କେବିନ ଚାଳକୁ ଧକ୍କା ଦେଇଥିଲା । ଫଳରେ ଦୋକାନ ମାଲିକ ଶ୍ରୀକାନ୍ତ ପଲେଇ(୪୬)ଙ୍କ ସମେତ ତାଙ୍କ ଝିଅ ଲକି(୧୪) ଆହତ ହୋଇଥିବା ଜଣାଯାଇଛି । ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ସ୍ଥାନୀୟ ଲୋକେ ବାପଝିଅଙ୍କୁ ଉଦ୍ଧାର କରି ଯାଜପୁର ମେଡିକାଲକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଝିଅର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ପଠାଯାଇଥିବା ଜଣାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୁଲିସ ରହଣିଆ ଠାରେ ପହଞ୍ଚି ଟ୍ରାକ୍ଟରଟିକୁ ଥାନାକୁ ଆଣିଥିବା ସୂଚନା ଦିଆଯାଇଛି ।