ଭାଇ ହେଲା ଭଗାରୀ; ଭଉଣୀ, ଭିଣୋଇ ଏବଂ ଭଣଜାକୁ ଆକ୍ରମଣ

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ):ସମ୍ପତ୍ତି ଲୋଭ ଯେ ମଣିଷକୁ ସଇତାନରେ ପରିଣତ କରିଦିଏ ତାହା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ଷଡ଼ଙ୍ଗୀପଲ୍ଲୀ ଗ୍ରାମରେ I ସୂଚନା ପ୍ରକାରେ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ର କରି ଷଡ଼ଙ୍ଗୀପଲ୍ଲୀ ଗ୍ରାମର ସନାତନ ମୁନୀ ତାଙ୍କ ଭଉଣୀ ରୀତା ସାହୁଙ୍କୁ ଲୁହା ରଡ୍ ରେ ଆକ୍ରମଣ କରିବା ସହ ରୀତାଙ୍କୁ ରକ୍ଷା କରିବାକୁ ଆସିଥିବା ରୀତାଙ୍କ ସ୍ୱାମୀ ସୂର୍ଯ୍ୟକାନ୍ତ( ୫୦ ) ଏବଂ ପୁଅ ଅଞ୍ଜନେୟକୁ ମଧ୍ୟ ଏକ ତେଣ୍ଟା ସାହଯ୍ୟରେ ଆକ୍ରମଣ କରିଥିଲା I ସନାତନର ଆକ୍ରମଣରେ ସମସ୍ତ ତିନିଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତିନିଜଣଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲ୍ ଏବଂ ପରେ ସେଠାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରଯାଇଥିବା ଜଣାପଡିଛି I ଥାନାରେ କେହି ଅଭିଯୋଗ କରିନଥିବା ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶ ପ୍ରକାଶ କରିଛନ୍ତି I ପ୍ରକାଶ ଥାଉ କି ଷଡ଼ଙ୍ଗୀପଲ୍ଲୀର ପାଳବଗିଚା ଇଲାକାରେ ସନାତନ ଏବଂ ରୀତାଙ୍କ ନାମରେ ଏକ ଜଏଣ୍ଟ ପଟ୍ଟା ଜମି ଥିବା ବେଳେ କିଛି ଦିନ ତଳେ ରୀତା ତହସିଲ୍ ରେ ଆବେଦନ କରି ରାଜସ୍ଵ ନିରୀକ୍ଷକଙ୍କ ଉପସ୍ଥିତିରେ ନିଜ ଜମି ଚିହ୍ନଟ କରି ପଥର ପୋତିଥିଲେ I କିନ୍ତୁ ଶୁକ୍ରବାର ଦିନ ନିଜ ଜମିରେ ପୋତା ହୋଇଥିବା ପଥରକୁ ନଦେଖି ଭାଇ ସନାତନକୁ ଏବିଷୟରେ ପଚାରିବାରୁ ଏଥିରେ ଉତ୍କ୍ଷିପ୍ତ ହୋଇ ସନାତନ ରୀତାଙ୍କୁ ଆକ୍ରମଣ କରିଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ