ଧାମନଗର ପୂର୍ବତନ ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ଦାଶରଥୀ ପାଢ଼ୀଙ୍କ ବାର୍ଷିକ ସଭା ଓ ସ୍ମୃତି ଚାରଣ
ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ଧାମନଗର ବରିଷ୍ଠ କଂଗ୍ରେସ ନେତା ସ୍ବର୍ଗତଃ ଦାଶରଥୀ ପାଢ଼ୀ ଥିଲେ ଜଣେ ପ୍ରତିବଦ୍ଧ ସମ୍ପର୍ଣ୍ଣ ରାଜନେତା।ଜଣେ ସାଧାରଣ ବ୍ୟକ୍ତି କିପରି ପ୍ରତିଭା ଓ ପରାକାଷ୍ଠା ବଳରେ ରାଜନୈତିକ ସଫଳତା ସହିତ ପ୍ରତିଷ୍ଠା ପାଇପାରେ ତାର ବଳିଷ୍ଠ ଉଦାହରଣ ଦାଶରଥୀ ବୋଲି ଆଜି ଧାମନଗର ବ୍ଲକର ଅସୁରାଳି ଠାରେ ଆୟୋଜିତ ପ୍ରଥମ ବାର୍ଷିକ ସ୍ମୃତି ସମାରୋହରେ ମତପ୍ରକାଶ ପାଇଛି।ବରିଷ୍ଠ କଂଗ୍ରେସ ନେତା ଧାମନଗର ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ଦାଶରଥୀ ପାଢ଼ୀଙ୍କ ବାର୍ଷିକ ସଭା ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ସ୍ମୃତି କମିଟିର ସଭାପତି ପୂର୍ବତନ ବ୍ଲକ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ,ଧାମନଗର ବିଧାୟକ ତଥା ରାଜ୍ୟ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ,ବରିଷ୍ଠ କଂଗ୍ରେସ ନେତା ପ୍ରାକ୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀ,ପୂର୍ବତନ ସାଂସଦ ମଙ୍ଗରାଜ ମଲ୍ଲିକ,ପୂର୍ବତନ ବିଧାୟକ ବିଜୟ ନାୟକ,ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ,ତିହିଡି ବ୍ଲକ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ,ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ନାରାୟଣ ପାଢ଼ୀ, ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ମଳୟ ଜେନା,ବିନୋଦ ନାୟକ,ଜିଲ୍ଲା ପରିଷଦ ସଭ୍ୟା ଉମାମଣି ସାହୁ,କଂଗ୍ରେସ ନେତା ନରେନ୍ଦ୍ର ମଲ୍ଲିକ,ବିକାଶ ସାମଲ,ବିଜେଡ଼ି ବ୍ଲକ ସଭାପତି ଉମେଶ ମହାନ୍ତି,ରାମଚନ୍ଦ୍ର ସାହୁ,ବିଦ୍ୟାଧର ରାଉତ,ଅଶୋକ କୁମାର ନାୟକ,ପଣ୍ଡିତ ଦୟାନିଧି ମିଶ୍ର,ସମାଜସେବୀ ହେମେନ୍ଦ୍ର ସାହୁ, ବିବିସିସି ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା,ବିଜେପି ନେତା ସନ୍ତୋଷ ଦାସ ଅଧିକାରୀ,ସରପଞ୍ଚ ଡା ନିମାଇଁ ନାୟକ,ଶ୍ରୀକାନ୍ତ ନାୟକ,ଅଧ୍ୟାପକ ବିଜୟ ଦାସ,କଂଗ୍ରେସ ନେତା ଡା ବିଦ୍ୟାଧର ଜେନା,ରମେଶ ବେହେରା,ଅରବିନ୍ଦ ନାୟକ,ବିଜୁ ସ୍ମୃତି କମିଟିର ସଭାପତି ଅମିତାବାଳା ଆଚାର୍ଯ୍ୟ,ଧାମନଗର ଏନଏସି ବିଜେଡ଼ି ସଭାପତି ସୁଶାନ୍ତ ରାଉତ,ମହିଳା ବିଜେଡି ସଭାନେତ୍ରୀ ସୁରଥୀ ନାୟକ,ଆଇନଜୀବୀ ଦୀପ୍ତି ରଞ୍ଜନ ଜେନା,ବିଷ୍ଣୁ ମୋହନ ପତି,ଅମର ମଲ୍ଲିକ,ନାଟ୍ୟାଚାର୍ଯ୍ୟ ସ୍ମୃତି ସଂସଦର ସଭାପତି ବାଇଧର ବିଶ୍ୱାଳ,ଶିକ୍ଷାବିତ ଜଗନ୍ନାଥ ଦାଶ,ରବୀନ୍ଦ୍ର ପଣ୍ଡା,ଅଶୋକ ମିଶ୍ର,ଲୋକନାଥ ଦାଶ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶରତ ମହାନ୍ତି,ସମିତି ସଭ୍ୟ ପ୍ରଦୀପ ମଲ୍ଲିକ, ମାନସ ବାରିକ,କୁଞ୍ଜବିହାରୀ ନାୟକ,କାନ୍ତ ସାହିତ୍ୟ ପରିଷଦର ସଭାପତି ରସାନନ୍ଦ ମହାପାତ୍ର,ନାଟ୍ୟକାର ଅମରେନ୍ଦ୍ର ନାୟକ,ବ୍ଲକ ଯୁବ ବିଜେଡ଼ି ସଭାପତି ଭାରତ ବିଜୟ ଦଳାଇ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ।ସ୍ମୃତି କମିଟିର ସମ୍ପାଦକ ସାମ୍ବାଦିକ ବୈକୁଣ୍ଠ ନାଥ ସାହୁ ସଭା ସଂଯୋଜନା କରିଥିଲେ।ଆବାହକ ହରେକୃଷ୍ଣ ପାଢ଼ୀ ସ୍ୱାଗତ ଭାଷଣ ଏବଂ ସାହିତ୍ୟିକ ହେମେନ୍ଦ୍ର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ।କଳାକାର କାଳନ୍ଦୀ ମଲ୍ଲିକ ବେଦପାଠ କରିଥିଲେ।ଅସୁରାଳି ସରପଞ୍ଚ ରାଜେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଦାଶରଥୀ ପାଢ଼ୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା।ସ୍ମୃତି କମିଟିର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


