ମା ରକ୍ଷାକାଳୀ କ୍ରିକେଟ ଟୁର୍ଣାମେଣ୍ଟ ,ଜଗନ୍ନାଥ କ୍ରିକେଟ କ୍ଳବ ବିଜୟ
ଦୋବଲ,(ଓ୍ବାଇଏନ୍ଏସ୍): ଧାମନଗର ବ୍ଲକ ଦୋବଲ ଯୋନ ଅଧିନସ୍ଥ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁରରେ ମା ରକ୍ଷାକାଳୀ ଯୁବକ ସଂଘ ଦ୍ବାରା ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ଯାଚରେ ଜଗନ୍ନାଥ ପ୍ରସାଦ କ୍ରିକେଟ କ୍ଳବ ଆଖୁଆପଦା ଓ ଏମସିସି ପଧାନୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏମସିସି ପଧାନୀ ପ୍ରଥମେ ବେଟିଙ୍ଗ କରି ୨୦ଓଭର ୯ଓଇକେଟ ହରାଇ ୧୭୩ରନ ସଂଗ୍ରହ କରିଥିଲା। ଜବାବରେ ଜଗନ୍ନାଥ ପ୍ରସାଦ କ୍ରିକେଟ କ୍ଳବ ୧୮.୧ଓଭରରେ ୫ଓଇକେଟ ହରାଇ ୧୭୪ରନ କରି ବିଜୟ ହୋଇଥିଲା। ମୁଖ୍ୟ ଅତିଥି ଦୋବଲ ଯୋନ ଜିଲ୍ଲା ପରିଷଦ ସଭ୍ୟ ମନୋଜ ମଲ୍ଲିକ,ଦଳାଙ୍ଗ ପଞ୍ଚାୟତର ସରପଞ୍ଚ ବିରେନ୍ଦ୍ର ବାରିକ ,ଦଳାଙ୍ଗ ସମିତି ସଭ୍ୟ ବିରଜା ପ୍ରସନ୍ନ ରାଉତ, ଶିକ୍ଷକ କୃଷ୍ଣ ଚନ୍ଦ୍ର ନାୟକ, ନକୁଳା ନନ୍ଦ ସାହୁ ,ପ୍ରଶାନ୍ତ ବେହେରା, ସୁଧୀର କୁମାର ମହାନ୍ତି, ରମାକାନ୍ତ ବେହେରା ଉପସ୍ଥିତ ରହି ଚମ୍ପିୟାନ ଓ ରନର୍ସ ଟିମକୁ ଟ୍ରଫି ପ୍ରଦାନ କରିଥିଲେ। ଅମ୍ପାୟାର ପିନାକୀ ସାହୁ ଓ ଅବିନାଶ ଦେବତା ମ୍ଯାଚ ପରିଚାଳନା କରିଥିଲେ। ମୁପ୍ରତୁସ ସାହୁ ଓ ଆଶିଷ ଷଡଙ୍ଗୀ ସ୍କୋରର ଭାବେ ଦାୟିତ୍ବ ତୁଲାଇ ଥିବାବେଳେ ମନୋରଞ୍ଜନ ବେହେରା କମେଣ୍ଟ୍ରି କରିଥିଲେ। ମ୍ଯାଚର ଆନୁସାଙ୍ଗିକ ସହଯୋଗୀ ଭାବେ ରାଜେଶ ସେଠୀ, ଓମ ପ୍ରକାଶ ବାରିକ, କାର୍ଯ୍ୟ ତୁଲାଇଥିଲେ।


