ପୁରୀ ରାଧାବଲ୍ଲଭ ମଠ ମହନ୍ତଙ୍କ ପିତୃ ବିୟୋଗ

ନାଉଗାଁ,(ଓ୍ବାଇଏନ୍ଏସ୍): ପୁରୀ ରାଧାବଲ୍ଲଭ ମଠ ମହନ୍ତ ଶ୍ରୀ ଶ୍ରୀ ରାମକୃଷ୍ଣ ଦାସ ମହାରାଜଙ୍କ ସୋମବାର ପିତୃ ବିୟୋଗ ଘଟିଛି । ସୂଚନାଯୋଗ୍ୟ ଯେ ତାଙ୍କ ପିତା ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଂଶ ପଂଚାୟତ ଚାନ୍ଦଖାଁପାଟଣା ଗ୍ରାମର ସତ୍ୟାନନ୍ଦ ଦାସ ଅଟନ୍ତି । ହଠାତ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ହୃଦଘାତରେ ତାଙ୍କର ବିୟୋଗ ଘଟିଥିଲା । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଶେଷ ଦର୍ଶନ କରିବା ପାଇଁ ପୁରୀ ରାଧାବଲ୍ଲଭ ମଠର ମହନ୍ତ ଶ୍ରୀ ଶ୍ରୀ ରାମକୃଷ୍ଣ ଦାସ ମହାରାଜ, ଗୁରୁକୃପା କୁଟୀରର ବାବା ସତ୍ୟାନନ୍ଦ ଦାସ ମହାରାଜ, ବାବା ଦିବ୍ୟକୃଷ୍ଣ ଦାସ ମହାରାଜ ଓ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବମାନେ ଶେଷ ଦର୍ଶନ କରିଥିଲେ । ତାଙ୍କ ବିୟୋଗରେ ମହନ୍ତି ଚିନ୍ତାମଣି ପର୍ବତ ଗୋସ୍ୱାମୀ, ବାବା ସତ୍ୟାନନ୍ଦ ଦାସ, ସ୍ୱାମୀ ଗୋକୁଳାନନ୍ଦ ସରସ୍ୱତୀ, ବାବା ଦାମୋଦର ଦାସ, ବାବାଜୀ ଆଦିତ୍ୟ ନାରାୟଣ ଦାସ, ବାବା ଦିବାକର ଦାସ, ବାବା ଅରକ୍ଷିତଦାସ, ବାବା ଅଭିରାମ ସରସ୍ୱତୀ, ଡଃ ସର୍ବେଶ୍ୱର ପରିଡା, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ୱାଳ, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ପ୍ରତାପ କୁମାର ମିଶ୍ର, ସୁକାନ୍ତ ଲେଙ୍କା, ତ୍ରିଲୋଚନ ପାଢୀ, ବ୍ଳକ ବିଜେଡି ସଭାପତି ସୁଜିତ କୁମାର ମଲ୍ଲିକ, ଯୁବ ସମାଜସେବୀ ନିଲମ ସ୍ୱାଇଁ, ଛାତ୍ର ନେତା ସୁନିଲ ମାଟିଆ, ପ୍ରସନ୍ନଜିତ ସାହୁ ଆଦି ଶୋକବ୍ୟକ୍ତ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ