ଜାନୁଆରୀ ୧୩ରେ ପାରାଦ୍ୱୀପ ବନ୍ଦର କ୍ରିକେଟ ଜିଲ୍ଲାର ୧୬ବର୍ଷରୁ କମ୍ ବାଳକ ବିଭାଗର ଚୟନ

ପାରାଦ୍ୱୀପ,(ପୀତବାସ ପ୍ରଧାନ): ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜନ ହେବାକୁ ଥିବା ୧୬ ବର୍ଷରୁ କମ (ବାଳକ) କ୍ରିକେଟ ଟିମ୍ ପାଇଁ ପାରାଦ୍ୱୀପ କ୍ରିକେଟ ଜିଲ୍ଲା ନିମନ୍ତେ ଖେଳାଳୀ ଚୟନ ଆସନ୍ତା ଜାନୁଆରୀ ୧୩ ତାରିଖ ବୁଧବାର ଦିନ ସକାଳ ୧୧ଟା ସମୟରେ ପାରାଦ୍ୱୀପ ର ଗୋପବନ୍ଧୁ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଇଚ୍ଛୁକ ଖେଳାଳୀମାନେ ଜନ୍ମ ପ୍ରମାଣ ପତ୍ର ସହ ଗୋପବନ୍ଧୁ ଷ୍ଟାଡିୟମରେ ଉପସ୍ଥିତ ରହି ଏହି ଚୟନରେ ଭାଗ ନେବାକୁ ପାରାଦ୍ୱୀପ ବନ୍ଦର କ୍ରିକେଟ ଜିଲ୍ଲା ପକ୍ଷରୁ ସୂଚନା ମିଳିଛି । ଜିଲ୍ଲାର ମନୋନୀତ ଖେଳାନୀ ମାନେ ଓଡିଶା କ୍ରିକେଟ୍ ଆସୋସିଏସନ ଦ୍ୱାରା ଆସନ୍ତା ଜାନୁଆରୀ ୨୦ ତାରିଖରେ ଆୟୋଜନ ହେବାକୁ ଥିବା ୧୬ବର୍ଷରୁ କମ୍ କ୍ରିକେଟ ପ୍ରତିଯୋଗିତାରେ ଭାବ ନେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ