ଶତାୟୁ ମହିଳାଙ୍କ ପ୍ରଥମ ଶ୍ରାଦ୍ଧୋତ୍ସବ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତର ଏରା ଗ୍ରାମରେ ଶତାୟୁ ମହିଳା କେତକୀ ଲେଙ୍କାଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ଓ ପରୋପକାରୀ ମହିଳା ଥିଲେ । ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ତାଙ୍କପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଗୀତା ପାଠ କରିଥିଲେ । ତାଙ୍କର ପୁତ୍ର ଗୌରାଙ୍ଗ ଚରଣ ଲେଙ୍କା, ଜୟଦେବ ଲେଙ୍କା ଏବଂ ଜ୍ୱାଇଁ ମହେନ୍ଦ୍ର ସ୍ୱାଇଁ ଏବଂ ନାତି ନାତୁଣୀମାନଙ୍କ ମଧ୍ୟରେ ଆଇନଜୀବୀ ରମେଶ ଚନ୍ଦ୍ର ଲେଙ୍କା, ମହେଶ ଲେଙ୍କା, ଉପେଶ ଲେଙ୍କା, ତୃପ୍ତିରେଖା ଲେଙ୍କା, ରଶ୍ମୀରେଖା ଲେଙ୍କା, ସୁରେଖା ଲେଙ୍କା, ଶ୍ରୁତିରେଖା ଲେଙ୍କା ପ୍ରମୁଖ ସ୍ମୃତି ଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ