ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ) : ମୁନିଗୁଡାର ବ୍ଲକ କାର୍ଯ୍ୟଳୟ ପରିସରରେ ବିଡ଼ିଓ କୃଷ୍ଣଚନ୍ଦ୍ର ଦଳାଇଙ୍କ ସଭାପତିତ୍ୱରେ ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି। ଅତିଥିଭାବେ ମୁନିଗୁଡା ବ୍ଲକ ଅଧକ୍ଷା ଦୁଖିନି ନୁନ୍ଦ୍ରୁକା, ଅତିରିକ୍ତ ତହସିଲଦାର ବ୍ରଜଗୋପାଳ ଦାସ, ଏଇଇ ଭି.ଶ୍ରୀନିବାସ ରାଓ,ବଡ଼ ବାବୁ ଜିତେନ୍ଦ୍ର ଧର,ବ୍ଲଜ ଫାଇନାସ ଅଫିସର ମହେଶ୍ୱର ପାଲାକା,ସିଡିପିଓ ପି.ହରଲଷ୍ମୀ, ସରପଞ୍ଚ ସରସ୍ବତୀ ଶବର,ପାଇକ ଜାକକା, ସମିତି ସଭ୍ୟା ଶକୁନ୍ତଳା ନୁନ୍ଦ୍ରୁକା,ସମିତି ସଭ୍ୟ ଅନନ୍ତ ନାଗ,ସୁବାଷ ପ୍ରାସ୍କା,ବିଜେପିର ସୁଶୀଳା ସରାଫ,ଭିକାରି ନାହାକ ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ପରେ ବିଭିନ୍ନ ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପ୍ରଥମେ ବିଡ଼ିଓ ଶ୍ରୀ ଦଳପତି ପଞ୍ଚାୟତରାଜ ଦିବସ ପାଳନର ମୁଖ୍ୟ ଉଦେଶ୍ୟ ଏବଂ ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ପରେ ଅତିଥିମାନେ ଗ୍ରାମୀଣ ଉନ୍ନୟନ ଏବଂ ପଞ୍ଚାୟତ ସ୍ତରରେ ବିକାଶ ଓ ହେଲେ ପ୍ରକୃତରେ ପଞ୍ଚାୟତ ସମିତି ଏକ ନମ୍ବର ହୋଇପାରିବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଆନ୍ତର୍ଦୟ ଗୃହ ଯୋଜନାରେ ୯୪ ଜଣ ହିତାଧିକାରୀଙ୍କୁ ୪୦ ହଜାର ଟଙ୍କର ପ୍ରଥମ କିସ୍ତିର କାର୍ଯ୍ୟାଦେଶ, ଗୃହ ପ୍ରତ୍ସାହନ ରାଶି ୨୦ ଏବଂ ୧୦ ହଜାର ୫୨ ଜଣ ଗ୍ରାମୀଣ ଆବାସ ହିତାଧିକାରୀଙ୍କୁ ବଣ୍ଟନ କରାଗଲା। ଏଥିସହ ଉତ୍ତମ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ପିଏମ ଜନମନ ଟେଗିଙ୍ଗ ଅଧିକାରୀ ଅକ୍ଷୟ କୁମାର ବେହେରା,ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଟେଗିଙ୍ଗ ଅଧିକାରୀ ଭାବେ ଜିଆରଏସ ନବୀନ ହିଲାଲ, ଏମଜିଏନଆରଇଜିଏର ଉତ୍ତମ କାର୍ଯ୍ୟ ସକାଶେ ଜିଆରଏସ ସୋନାଲି ବ୍ରହ୍ମା,ଉତ୍ତମ ଗ୍ରାମ ପଞ୍ଚାୟତ ଭାବେ ତେଲେଙ୍ଗାପଦର ଗ୍ରାମ ପଞ୍ଚାୟତକୁ ପୁରସ୍କୃତ ଭାବେ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଜିଆରଏସ ଅଜିତ ନାଗ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଲକ କର୍ମଚାରୀ ଦେବେନ୍ଦ୍ର ପାଣିଗ୍ରାହୀ, କଳ୍ପନା ସାହୁ, ସସ୍ମିତା ତୁଳ,ଇତିଶ୍ରୀ ମହାପାତ୍ର, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ମନୋରଞ୍ଜନ ବେହେରା,ସୁନୀଲ ଯାଦ୍ଧବ,ଅକ୍ଷୟ ବେହେରା, ଅଞ୍ଜନ ସାହୁ, ଦିନେଶ ଶବର, ସୁମନ ବେହେରା, ଗୋବିନ୍ଦ ସୁନା ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।


